Home କେନ୍ଦୁଝର ରାସ୍ତା ଦୁର୍ଘଟଣା ରେ ଚାଲିଗଲା ସ୍ବାମୀ ଙ୍କ ଜୀବନ , ବଡପୁଅ ଗୁରୁତର

ରାସ୍ତା ଦୁର୍ଘଟଣା ରେ ଚାଲିଗଲା ସ୍ବାମୀ ଙ୍କ ଜୀବନ , ବଡପୁଅ ଗୁରୁତର

108

ହାଟଡିହି-୩/୯ (ଓଡ଼ିଆ ପୁଅ / ବିକାଶ ବିଶ୍ଵାଳ)ଆନନ୍ଦପୁର -ଭଦ୍ରକ ରାସ୍ତା ର ଚାରିନାଳିଆ ଛକ ଠାରେ ବାଇକ୍ ଆରୋହି ବାପ ପୁଅ ଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ବାପ ର ମୃତ୍ଯୁ ଘଟିଥିବାବେଳେ ୬ବର୍ଷିୟ ଶିଶୁ ପୁତ୍ର ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି ହୋଇଛି । ମିଳିଥିବା ସୂଚନା ଅନୁସାରେ ରାମଚନ୍ଦ୍ରପୁର ଥନା ନୁଆଗଡ ଗାଁ ର ଶିକ୍ଷକ ଗୈତମ ଦେହୁରୀ ନିଜ ୬ ବର୍ଷର ଶିଶୁ ପୁତ୍ର କୁ ସାଙ୍ଗରେ ଧରି ଭଦ୍ରକ ବାରିକପୁର ଅଞ୍ଚଳ ରେ ଥିବା ଶଶୁର ଘରକୁ ସ୍ତ୍ରୀ ଓ ସାନ ପୁଅକୁ ଆଣିବାକୁ ବାହାରିଥିଲେ । ବାଇକ୍ ଯୋଗେ ଯିବା ବାଟରେ ଚାରିନାଳିଆ ଛକ ନିକଟରେ ପଛପଟୁ କୈଣସି ଏକ ଗାଡି ଧକ୍କା ଦେବାରୁ ଉଭୟେ ଗୁରୁତର ହୋଇଥିଲେ । ସ୍ଥାନିୟ ଲୋକେ ବାପ ପୁଅ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ ହେଲେ ସେଠାରେ ଗୌତମ ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୁରୁତର ଶିଶୁ ପୁତ୍ର ର ଚିକିତ୍ସା ଚାଲିଛି ।ଦୁର୍ଘଟଣାର ଖବରପାଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲ ମଧ୍ଯ ଦୃର୍ଘଟଣା ଘଟାଇଥିବା ଗାଡିର ଏଯାଏ କୈଣସି ସଂନ୍ଧାନ ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.