Home କେନ୍ଦୁଝର ସଢ଼ା ପଞ୍ଚାୟତରେ ଅନିୟମିତତା ଅଭିଯୋଗର ତଦନ୍ତ

ସଢ଼ା ପଞ୍ଚାୟତରେ ଅନିୟମିତତା ଅଭିଯୋଗର ତଦନ୍ତ

42

ହାଟଡିହି, ୩ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ହୋଇଥିବା ଅନିୟମିତତା ଅଭିଯୋଗର ତଦନ୍ତ କରିଛନ୍ତି ଅତିରିକ୍ତ ପ୍ରକଳ୍ପ ଅଧିକାରୀ । ଏହି ପଞ୍ଚାୟତରେ ଆବାସ ଯୋଜନା, ମନରେଗା ଯୋଜନା, ଆମ ଗାଁ ଆମ ବିକାଶ ଯୋଜନାରେ ଅନିୟମିତତା ହୋଇଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁସାରେ ଏହି ପଞ୍ଚାୟତର ମିଠିଗାଁ  ଗ୍ରାମରେ ୨୦୧୬/୧୭ ଆର୍ଥକ ବର୍ଷରେ ଅନେକ ଲୋକ ଭଙ୍ଗା ଚାଳଘରେ ବସବାସ କରୁଥିବାବେଳେ ସେମାନଙ୍କ ଆବାସ ଯୋଜନା ଘରକୁ ଆତ୍ମସାତ କରାଯାଇଛି । ୨୦୨୦/୨୧ ବର୍ଷରେ ବରଗଡିଆ ଓ ସଢ଼ାର ତିନିଜଣ ବ୍ୟକ୍ତିଙ୍କ ଆବାସଯୋଜନା ଅନୁଦାନକୁ ଆତ୍ମସାତ କରାଯାଇଛି । ୨୦୧୯/୨୦ ଆର୍ôଥକ ବର୍ଷରେ ମନରେଗା ଯୋଜନାରେ ସଢ଼ା ଏମ.ଇ ସ୍କୁଲ ପଡିଆର ଜମି ଉନ୍ନତିକରଣ, ସଢ଼ା ଗ୍ରାମପଞ୍ଚାୟତ ପଡିଆର ଜମି ଉନ୍ନତିକରଣ,ବରଗଡିଆ ସ୍ମଶାନ ପଡିଆର ଉନ୍ନତି କରଣ, ମଉଦା ଗ୍ରାମ ପଡିଆର ଲ୍ୟାଣ୍ଡ ଲିଭିଙ୍ଗ ଓ ବାଲି ଫିଲିଙ୍ଗ, ମଉଦା ନୁଆ ଖେଳ ପଡିଆର ଜମି ଉନ୍ନତିକରଣ, ମଉଦା ଶିଶୁପାର୍କ ନିର୍ମାଣରେ ଅର୍ଥ ହଡପ, ସଢ଼ା ଶିଶୁପାର୍କ ନିକଟ ଯାତ୍ରା ପଡିଆର ଜମି ଉନ୍ନତି କରଣ, ବରଗଡିଆ ଗ୍ରାମର ନୁଆରାସ୍ତା ସହିତ ଡ୍ରେନ ନିର୍ମାଣ, ବରଗଡିଆ ସ୍ମଶାନ ଜମିର ଉନ୍ନତି କରଣ ଆଦି ନାମରେ ଅନୁଦାନ ହଡପ ହୋଇଥିବା ଆଦି ଅଭଯୋଗ କରିଥିଲେ । ସେହିପରି ଆମ ଗାଁ ଆମ ବିକାଶ ଯୋଜନାରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ମାନ କରିଥିଲେ । ସେହି ଅଭିଯୋଗ ଆଧାରରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ (ଏପିଡି) ସୁଷମା ବିଲୁଙ୍ଗ, ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖଙ୍କ ସହ ଉକ୍ତ ପଞ୍ଚାୟତ ପରିଦର୍ଶନ କରି ପ୍ରକଳକପ ଗୁଡିକର ତଦନ୍ତ କରି ଫେରିଯାଇଛନ୍ତି । ସେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । କିନ୍ତୁ ଏହି ତଦନ୍ତ ସମୟରେ ଅଭିଯୋଗକାରୀଙ୍କୁ ସାମନ୍ୟତମ ସୁଚନା ଦିଆଯାଇ ନଥିବାରୁ ଅଭିଯୋଗକାରୀ ମାନେ ତଦନ୍ତ ସମୟରେ ଉପସ୍ଥିତ ରହିପାରି ନଥିଲେ । ଯାହାଦ୍ୱାରାକି ତଦନ୍ତ ଠିକ ଭାବେ ହୋଇ ନାହିଁ ବୋଲି ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି । ଅଭିଯୋଗ ପତ୍ରରେ ଦିଆଯାଇଥିବା ସୁଚନା ଆଧାରରେ ସମସ୍ତ ଅଭିଯୋଗର ତଦନ୍ତ କରାଯାଇଛି ବୋଲି ସହକାରୀଯନ୍ତ୍ରୀ ସୁଚନା ଦେଇଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ ଏହି ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ଓ ଯେକୌଣସି ପ୍ରକାର ତଦନ୍ତକୁ ସେ ସହଯୋଗ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.