Home କୋରାପୁଟ କୋଟିଆର ନେରେଡିବାଲସାରେ ଆନ୍ଧ୍ର କଲା ନିର୍ବାଚନ

କୋଟିଆର ନେରେଡିବାଲସାରେ ଆନ୍ଧ୍ର କଲା ନିର୍ବାଚନ

15

କୋରାପୁଟ ୦୮-୦୪ (ଓଡିଆ ପୁଅ /ରଂଜନ ଦାସ) ବିବାଦୀୟ କୋଟିଆରେ ଆନ୍ଧ୍ର ସରକାର  ଜୋର ଜବରଦସ୍ତ  ମଣ୍ଡଳ ଓ ଜିଲା ପରିଷଦ ସଭ୍ୟ ନିର୍ବାଚନ କରାଇବାରେ ସଫଳ ହୋଇଛନ୍ତି ।  ଓଡିଶାର ବିରୋଦ୍ଧ ସତ୍ୱେ ଗତ ଫେବୃଆରୀ ୧୩ରେ  କୋଟିଆ ପଂଚାୟତର ତଳଗଞ୍ଜେଇପଦର,ଫାଟୁସିନେରୀ ଏବଂ ଫଗୁଣସିନେରୀରେ ସରପଂଚ ନିର୍ବାଚନ ଆୟୋଜନ କରିଥିଲା ।  ସେତେବେଳେ ନିର୍ବାଚନ କରି ଅଦାଲତ ଆଦେଶର ଅବମାନନା କରିଥିବାବେଳେ  ବର୍ତମାନ କୋଟିଆରେ ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରି ଆନ୍ଧ୍ର ପୁଣି   ଦାଦାଗିରି ଦେଖାଇବାକୁ ଅପଚେଷ୍ଟା କରିଛି । ଗତ କିଛି ଦିନ ମଧ୍ୟରେ କୋଟିଆର ବିଭିନ୍ନ ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  କୋରାପୁଟ ଜିଲା ପ୍ରଶାସନ ୭ରୁ ୯ତାରିଖ ଯାଏ ସମଗ୍ର କୋଟିଆ ପଂଚାୟତରେ ୧୪୪ ଧାରା ଜାରି କରିଛନ୍ତି । ତେବେ ଆନ୍ଧ୍ର ସରକାର  ୧୪୪ ଧାରକୁ ବେଖାତିର କରି ପୂର୍ବ କାର୍ଯ୍ୟ ସୂଚୀ ଅନୁଯାୟୀ  ଗୁରୁବାର ନିର୍ବାଚନ କରାଇଛନ୍ତି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଥିବା ଭାଇଚାରା ଓ  ସୁସମ୍ପର୍କରେ ଦାଗ ଲାଗିଛି । କୋଟିଆକୁ ନେଇ ଓଡିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବାବେଳେ ଘଟଣା ସର୍ବୋଚ ନ୍ୟାୟାଳୟରେ  ରହିଛି । ଆନ୍ଧ୍ର ସରକାର ଦ୍ୱାରା କରା ଯାଉଥିବା ଜିଲା ପରିଷଦ ନିର୍ବାଚନକୁ  ପ୍ରଥମେ ଆନ୍ଧ୍ର ପ୍ରଦେଶ ଉଚ ନ୍ୟାୟାଳୟ ସ୍ଥଗିତ କରିଥିଲେ ମଧ୍ୟ ବୁଧବାର ଏକ ୩ଜଣିଆ ଖଣ୍ଡପୀଠ ଶୁଣାଣୀ କରି ଭୋଟ ଗ୍ରହଣ ପାଇଁ  ଅନୁମତି ଦେଇଥିଲେ । ଆନ୍ଧ୍ର ପ୍ରଦେଶର ନିର୍ବାଚନକୁ କୋରାପୁଟ ଜିଲା ପ୍ରଶାସନ ସମେତ ସବୁ ରାଜନୈତିକ ଦଳର ନେତା ବିରୋଦ୍ଧ କରି  କୋଟିଆରେ ଉପସ୍ଥିତ ରହି  ନିର୍ବାଚନକୁ ପ୍ରତିହତ କରିବାକୁ ପ୍ରସ୍ତୁତ ଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ  ପ୍ରଭୂ ଯାନୀ,ବିଜେଡି ଜିଲା ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି,ବିଜେପି ନେତା ଜୟରାମ ପାଙ୍ଗୀ,ସୁମନ୍ତ ପ୍ରଧାନ , ଗୈାତମ ସାମନ୍ତରାୟ ,କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ଅତିରକ୍ତ ଏସପି ଉତ୍କଳ ରଂଜନ ଦାସ ,ସୁନାବେଡା ଏସଡିପିଓ ନିରଂଜନ ବେହେରା,କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ,ସେମିଲିଗୁଡା ଥାନା ଅଧିକାରୀ ଧିରେନ କୁମାର ବେହେରା ,ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ , ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ,ସହକାରୀ ଜିଲ୍ଲାପାଳ ସୁଜିତ ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଓ ଏ.କେ.ବେହେରା ପ୍ରମୁଖ କୋଟିଆର ନେରେଡିବାଲସାରେ ଉପସ୍ଥିତ ରହିଥିଲେ ।କୋଟିଆରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଷ ପଟନାୟକ ଓଲ୍ଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ଉପସ୍ଥିତ ଥିଲେ । ତେବେ ଆନ୍ଧ୍ର ପ୍ରଶାସନ କିମ୍ବା  ବିବାଦୀୟ ଗ୍ରାମର ଲୋକେ କୋରାପୁଟ ଜିଲା ପ୍ରଶାସନ ଦ୍ୱାରା ଜାରି ୧୪୪ ଧାରାକୁ ଉଲଂଘନ କରି  କଂଟେନମେଂଟ ଜୋନ ଭାଙ୍ଗି ଅତିକ୍ରମ କରିବା ସହ ନେରେଡିବାଲସାରେ ଭୋଟ ଦେଇଥିଲେ ।  ମତଦାନ କେନ୍ଦ୍ରକୁ ଯାଉଥିବା ଲୋକଙ୍କୁ  ଓଡିଶା ପୁଲିସ ରୋକିବାକୁ ଉଦ୍ୟମ କରିଥିଲେ ମଧ୍ୟ  ଲୋକେ  ପୁଲିସକୁ ଠେଲାପେଲା କରି  ଧସେଇ ପସି ଯାଇଥିଲେ । ଏହି ସମୟରେ କିଛି ସମୟ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ସହ ଆନ୍ଧ୍ର ପୋଲିସ ସହ ଯୁକ୍ତିତର୍କ ହୋଇଥିଲା ।ପାର୍ବତୀପୁରମ ଉପଜିଲ୍ଲାପାଳ  ଧୁଳିପଦରରେ ପ୍ରବେଶକୁ ନେଇ କିଛି ସମୟ ଓଡିଶା ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା ।ଏହାପରେ ଆନ୍ଧ୍ର ଅଧିକାରୀ ଗ୍ରାମରେ ପ୍ରବେଶ କରିବା ପରେ ଏକ ଗାଡିରେ ପୋଲିସ ଫୋର୍ସ ସହ ଭୋଟରମାନଙ୍କୁ ବୁଥକୁ ନେବାରେ ସଫଳ ହୋଇଥିଲେ ।ଓଡିଶା ସରକାରର କୌଣସି ସାହାଯ୍ୟ ଆବଶ୍ୟକ ନାହିଁ ,ଖାଉଟି କାର୍ଡ  ତୁମେ ଫେରାଇ ନିଅ ବୋଲି ଲୋକେ  ହୋହାଲ୍ଲା କରୁଥିବା ଶୁଣିବାକୁ ମିଳିଥିଲା ।ସୁରକ୍ଷା ଦୃଷ୍ଠିରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ତଳଗଞ୍ଜେଇପଦର ପଂଚାୟତର ୧୨୯୧ଜଣ ଭୋଟରଙ୍କ ମଧ୍ୟରୁ  ନେରେଡିବାଲସା ବୁଥରେ  ୨୨୩ ଭୋଟର ମତଦାନ କରିଥିବା ଜଣାପଡିଛି ।ସେହିପରି ଫାଟୁସେନେରୀର ୧୦୨୫ ଭୋଟରଙ୍କ ମଧ୍ୟରୁ ୩୮୨ ଜଣ ଭୋଟର ମତଦାନ କରିଥିବା ବେଳେ ଫଗୁଣସେନେରୀ ପଂଚାୟତର ୫୨୦ ଭୋଟରଙ୍କ ମଧ୍ୟରୁ ୨୧୭ ଭୋଟର ମତଦାନ କରିଥିବା ସୂଚନା ହସ୍ତଗତ ହୋଇଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଏସପି ବି.ରାଜକୁମାରୀ,ପାର୍ବତୀପୁରମ ଉପ-ଜିଲାପାଳ ଭିଦିକା ରେଡ୍ଡୀ,ସାଲୁର ଏମଆରଓ ପ୍ରମୁଖ ଉପସ୍ଥିତ ରହି  ଭୋଟଦାନ କାର୍ଯ୍ୟ ତଦାରଖ କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.