Home କୋରାପୁଟ ଆନ୍ଧ୍ର ସରକାରଙ୍କ ଦ୍ୱାରା ମଣ୍ଡଳ ନିର୍ବାଚନର ଅସଫଳ ଉଦ୍ୟମ

ଆନ୍ଧ୍ର ସରକାରଙ୍କ ଦ୍ୱାରା ମଣ୍ଡଳ ନିର୍ବାଚନର ଅସଫଳ ଉଦ୍ୟମ

22

କୋରାପୁଟ ୦୮-୦୪(ଓଡିଆ ପୁଅ /ରଂଜନ ଦାସ) କୋଟିଆ ପଂଚାୟତର ନେରେଡିବାଲସାରେ ବୁଥ କରି ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ କରାଇଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ଉଦ୍ୟମ ଅସଫଳ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି ।ଅନୁପ୍ରବେଶ ରୋକିବାକୁ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ନେତାମାନେ ଅନେକ ସକ୍ରୀୟ ପଦକ୍ଷେପ ନେଇଥିବାରୁ  ନିର୍ବାଚନରେ ଭୋଟ ହାର ହ୍ରାସ ପାଇଥିବା ପ୍ରକାଶ କରାଯାଇଛି ।ନିର୍ବାଚନରେ ୧୭ ପ୍ରତିଶତ ମତଦାନ ହୋଇଥିବା ଯାହାକି ଓଡିଶାର ୨୦୧୭ ମସିହା ପଂଚାୟତ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ଠାରୁ ବହୁତ କମ ଅଟେ ବୋଲି ସୂଚନା ଦିଆଯାଇଛି ।ଏହା ଓଡିଶା ସରକାରଙ୍କ କୋଟିଆଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ କୋଟିଆ ପଂଚାୟତ ପ୍ରତି ଗୁରୁତର ପ୍ରତିଫଳନ ଅଟେ ବୋଲି ପ୍ରକାଶ କରାଯାଇଛି ।ସୀମାନ୍ତ ବାହାର ସଂପର୍କିୟ ଓ  ଅନୁସୂଚିଜ ଜନଜାତି ମାନ୍ୟତାଦାବି ଯୋଗୁଁ କିଛି ଲୋକ ଭୋଟ ଦେଇଥିବା କୁହାଯାଇଛି । ଓଡିଶା ସୀମା ଭିତରେ କୈାଣସି ଭୋଟକେନ୍ଦ୍ର ସ୍ଥାପନ ପାଇଁ ଦିଆଯାଇ ନ ଥିଲା କେବଳ ନେରେଡିବାଲସା  ଭୋଟକେନ୍ଦ୍ର ଦୁଇ ରାଜ୍ୟର ସୀମାରେ ଥିଲା ବୋଲି ସୂଚନା ଦିଆଯାଇଛି ।ସମସଗ୍ର ଅଂଚଳକୁ କୋଭିଡ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇ ସୁର୩ା ବଳୟ ଭିତରେ ରଖାଯାଇଥିଲା । ଜିଲ୍ଲାର ସମସ୍ତ ବିଧାୟକ  ଓ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ପ୍ରମୁଖ କୋଟିଆବାସୀଙ୍କୁ ରାଜ୍ୟ ସରକାରଙ୍କ  ବିଭିନ୍ନ ପଦକ୍ଷେପ ସଂପର୍କରେ ସଚେତନତା କରାଇଥିଲେ ବୋଲି ପ୍ରକାଶ କରାଯାଇଛି ।ଦାବି ଯୋଗୁଁ କିଛି ଲୋକ ଭୋଟ ଦେଇଥିବା କୁହାଯାଇଛି ।କୋଟିଆର ସମସ୍ତ ଲୋକଙ୍କୁ ଓଡିଶାର ମୁଖ୍ୟସ୍ରୋତ ସହିତ ଯୋଡିବା ପାଇଁ ପଂଚାୟତରେ ଏହାର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ଓ ସୀମାନ୍ତ ପବିତ୍ରତାକୁ  ରାଜ୍ୟ ସରକାର ପ୍ରତିବଦ୍ଧ ଅଟନ୍ତି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.