Home କୋରାପୁଟ କୋଟିଆରେ ଜିଲ୍ଲାପ୍ରଶାସନ ଉଚ୍ଚ ସ୍ତରୀୟ ଟିମ ;

କୋଟିଆରେ ଜିଲ୍ଲାପ୍ରଶାସନ ଉଚ୍ଚ ସ୍ତରୀୟ ଟିମ ;

139

କୋରାପୁଟ ; ତା୧୯-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋଟିଆର ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ତଥା ଜିଲ୍ଲାପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।ଗତକାଲି କୋରାପୁଟଠାରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ କୋଟିଆର ବିକାଶ ନିମନ୍ତେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ ।ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲାପ୍ରଶାସନର ଏକ ଉଚ୍ଚସ୍ତରୀୟ ଟିମ କୋଟିଆ ଗସ୍ତକରି ଗ୍ରାମବାସୀଙ୍କ ଆଲୋଚନା କରିଥିଲେ ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ନେତୃତ୍ୟରେ ଭାରପ୍ରାପ୍ତ ସିଡିଏମଓ ଡାକ୍ତର କାଳି ପ୍ରସାଦ ବେହେରା , ଜିଲ୍ଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନ , ସହକାରୀ ଯନ୍ତ୍ରୀ ଶଶାଙ୍ଗ ଶେଖର ସାହୁ , କନିଷ୍ଠ ଯନ୍ତ୍ରୀ ରମାକାନ୍ତ ରଥ , ପଟ୍ଟାଙ୍ଗୀ ବିଡିଓ , ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ପ୍ରମୁଖ କୋଟିଆ ଗସ୍ତ କରିଥିଲେ ।କୋଟିଆରେ ୧୦ ଶଯ୍ୟା ବିଶିଷ୍ଠ ଡାକ୍ତରଖାନା ଓ ଷ୍ଠାଫ ଗୃହ ନିର୍ମାଣ ନିମନ୍ତେ ୩ ଏକର ଜମି ଚିହ୍ନଟ କରାଯାଇଥିଲା ।ଏଥି ନିମନ୍ତେ ୨ କୋଟି ଟଙ୍କା  ଅର୍ଥ ମଞୁରୀ କରାଯାଇଥିବା ବେଳେ ଟେଣ୍ଡର ପ୍ରକ୍ରୀୟା ମଧ୍ୟ ଶେଷ ହୋଇଯାଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।ଆସନ୍ତା ସପ୍ତାହରେ ଜମି ନିଜ ଦଖଲକୁ ନେବେ ଓ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ ।କୋଟିଆରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୩ ଶହ ଶଯ୍ୟା ବିଶିଷ୍ଠ ହଷ୍ଟେଲ ନିର୍ମାଣ କରାଯିବ ବୋଲି ଜଣାପଡିଛି ଓ ଜମି ଚିହ୍ନଟ ପ୍ରକ୍ରୀୟା ମଧ୍ୟ ଶେଷ ହୋଇଯାଇଛି ।କୋଟିଆର ରହିଥିବା ଗ୍ରାମପୁଞ ଯେଉଁଠି ବିଦ୍ୟୁତକରଣ କରାଯାଇନାହିଁ ସେହି ଗ୍ରାମପୁଞରେ ବିଦ୍ୟୁତକରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.