Home କନ୍ଧମାଳ କୋଟଗଡ଼ ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀ ହନ୍ତସନ୍ତ

କୋଟଗଡ଼ ବସଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀ ହନ୍ତସନ୍ତ

235

ବାଲିଗୁଡା, ୭/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଆଜିକୁ ଏକ ମାସ ହବ ଏକ ନୂଆ ବସଷ୍ଟାଣ୍ଡ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ଵାରା ଉଦଘାଟନ କରାଯାଇଛି କିନ୍ତୁ ବଡ ଦୁଃଖର ବିଷୟ ଆଜି ଯାଏଁ ଶୌଚାଳୟ ଟିଏ ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ବସ ଗୁଡିକ ବସଷ୍ଟାଣ୍ଡ ଭିତରେ ନ ରଖି ରାସ୍ତା କଡ଼ରେ ରଖୁଛନ୍ତି ଯାହା ଦ୍ଵାରା ଅନ୍ୟ ଗାଡି ଯିବା ଆସିବା ସମୟରେ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏତଦ ବ୍ୟତୀତ କୋଟଗଡ ଟ୍ରାଫିକ ଛକ ଠାରୁ ମେଡିକାଲ ରାସ୍ତା ସଂକୁଚିତ ଥିବାରୁ ଉକ୍ତ ରାସ୍ତାରେ ଅଟୋ ଏବଂ ଟାଟା ମ୍ୟାଜିକ ଘଣ୍ଟା ଘଣ୍ଟା ରଖିବା ଦ୍ଵାରା ଟ୍ରାଫିକ ଜାମ ହେଉଛି ବଡ ଖୁସିର ବିଷୟ ପଞ୍ଚାୟତ ତରଫରୁ ଟ୍ରାଫିକ ଛକ ଠାରୁ ମେଡିକାଲ ରାସ୍ତାରେ ଏକ ଶୌଚାଳୟ ରହିଅଛି ଓ ଜନସାଧାରଣ ବିଶ୍ରାମ ନେବା ପାଇଁ ଏକ ବିଶ୍ରାମଗାର କରାଯାଇଛି ଓ ରାସ୍ତା କଡ଼କାନ୍ଥରେ ଆଦିବାସୀ ମାନଙ୍କ ପାରମ୍ପାରିକ ଫୋଟୋ ଚିତ୍ର କରାଯାଇ ରାସ୍ତାର ସୌନ୍ଦର୍ଯ୍ୟ ଭଲ ଦେଖାଯାଉଛି ଓ ଲୋକ ମାନଙ୍କୁ ପଚାରି ବୁଝିଥିଲୁ ବସଷ୍ଟାଣ୍ଡରେ ଶୌଚାଳୟ ଟିଏ ନ ଥିବାରୁ ଅସୁବିଧାର ସମୁଖୀନ ହେଉଛୁ ଓ ମାର୍କେଟିଙ୍ଗ କରିସାରିଲା ପରେ ଜାଗା ଖଣ୍ଡିଏ ନଥିଲା କିନ୍ତୁ କୋଟଗଡ ପଞ୍ଚାୟତର ସରପଞ୍ଚ ଏହି ପଦକ୍ଷେପଟି ନେଇଛନ୍ତି ତାହା କୋଟଗଡ ଓ ପ୍ରତି ପଞ୍ଚାୟତ ବାସିଙ୍କ ପାଇଁ ଭଲ ହୋଇଛି କିନ୍ତୁ ବଡ ଦୁଃଖର ବିଷୟ କୋଟଗଡ ବ୍ଲକରେ ଯେପରି ଚାଲିଛି ପ୍ରତି ପଞ୍ଚାୟତରେ ସେହିଭଳି ହେବା ଦରକାର ବୋଲି ପ୍ରତି ପଞ୍ଚାୟତ ବାସି ଓ ବୁଦ୍ଧିଜୀବି ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.