Home କେନ୍ଦୁଝର ଦୁଇ ଛାତ୍ରଙ୍କ ମୃତ୍ୟୁରେ ଉଭୟ ବିଦ୍ୟାଳୟରେ ଶୋକ ପାଳନ

ଦୁଇ ଛାତ୍ରଙ୍କ ମୃତ୍ୟୁରେ ଉଭୟ ବିଦ୍ୟାଳୟରେ ଶୋକ ପାଳନ

64

ହାଟଡ଼ିହି, ୧ । ୧୧ ଗତକାଲି କେନାଲରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଦୁଇ ଛାତ୍ରଙ୍କ ମରଶରୀର ବ୍ୟବଚ୍ଛେ ହୋଇ ନିଜ ନିଜ ଗାଁକୁ ଫେରିବା ପରେ ଏକ ଶୋକାକୁଳ ପରିବେଶରେ ଗାଁରେ ସଂସ୍କାର କରାଯାଇଥିଲା । ଦୁଇ ଛାତ୍ର ପଢ଼ୁଥିବା ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଓ ପନ୍ଦାଡୋ ହାଇସ୍କୁଲରେ ଆଜି ଦୁଇ ଛାତ୍ରଙ୍କ ଅକାଳ ବିୟୋଗରେ ଶୋକ ପାଳନ କରାଯାଇଥିଲା । ଶାସଙ୍ଗ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ କର୍ମଚାରୀମାନେ ଯୋଗଦେଇ ନବମ ଶ୍ରେଣୀର ଛାତ୍ର ସ୍ୱର୍ଗତ ହିମାଶୁଂ ରାଉତଙ୍କ ସ୍ମୃତିଚାରଣ କରିବା ସହିତ ତାର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଶିକ୍ଷମାନେ ଛାତ୍ରଛାତ୍ରୀ ମାନଙ୍କୁ ବିପଦ ଶଙ୍କୁଳ ସ୍ଥାନକୁ ନଯିବା ସହିତ ପୋଖରୀ, ନଦୀ କିମ୍ବା ଉଛୁଳା କେନାଲ ପାଣିରେ ନ ଗାଧୋଇବାକୁ ପରାମର୍ଶ ଦେଇଥିଲେ । ପରେ ବିଦ୍ୟାଳୟର ଶିକ୍ଷକମାନେ ମୃତ ଛାତ୍ରଙ୍କ ଘରକୁ ଯାଇ ସେମାନଙ୍କ ପିତାମାତାଙ୍କୁ ସମବେଦନା ଜଣାଇଥିଲେ । ସେହିପରି ପନ୍ଦାଡୋ ହାଇସ୍କୁଲରେ ମଧ୍ୟ ଅନୁରୁପ ଭାବେ ଶୋକସଭା କରାଯାଇ ମୃତ୍ୟୁବରଣ କରିଥିବା ଛାତ୍ର ମାନସ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.