Home ଜିଲ୍ଲା ପରିକ୍ରମା କୋଚିଳା ନଦୀବନ୍ଧରେ ଶଇଲୋ ଠାରେ ୫୦ ଫୁଟ ନିର୍ମାଣଧିନ ନଦୀବନ୍ଧ ପୁଣି ଧସିଲା, ଆତଙ୍କିତ ଗ୍ରାମବାସୀ

କୋଚିଳା ନଦୀବନ୍ଧରେ ଶଇଲୋ ଠାରେ ୫୦ ଫୁଟ ନିର୍ମାଣଧିନ ନଦୀବନ୍ଧ ପୁଣି ଧସିଲା, ଆତଙ୍କିତ ଗ୍ରାମବାସୀ

10
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦା ଜଳସମ୍ପଦ ବିଭାଗ, ଧାମନଗର ଅଧିନସ୍ତ ବୈତରଣୀ ନଦୀ ର ଶାଖା ନଦୀ କୋଚିଳା ନଦୀ ସଇଲୋ ଠାରେ ପ୍ରାୟ ୫୦ ଫୁଟ ର ନଦୀବନ୍ଧ ପୁଣି ଧସି ଯାଇଛି। ଫଳରେ ସ୍ଥାନୀୟ ଅଂଚଳର ଲୋକ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ପ୍ରକାଶ ଥାଉକି କୋଚିଳା ନଦୀ ର ରାମରାକୂଳ – ହସନାବାଦ ଟି,ଆର,ଇ ବନ୍ଦର ପଧାନି ପଂଚାୟତ ର ସଇଲୋ ଗ୍ରାମର ଇନ୍ଦ୍ରମଣି ବିଶ୍ୱାଳ ଙ୍କ ଘର ନିକଟରେ ଡାହାଣ ପାଖ ବନ୍ଦ ବାରମ୍ୱାର ଧସୁଚି । ପ୍ରତି ବର୍ଷ ଏପରି ବନ୍ଦ ଧସି ବା ଦ୍ୱାରା ସ୍ତାଇ ପ୍ରତିକାର କିଛି ହୋଇ ପାରୁନାହିଁ। ତେବେ ୨୦ ଦିନ ତଳେ ଉକ୍ତ ବନ୍ଦ ରେ ମାଟି ପକା ଯାଇଥିଲା। ମାତ୍ର ଉକ୍ତ ସ୍ଥାନରେ ମାଟି ପକାଇବା ପରେ ରୁଲିଙ୍ଗି କରାଯାଇଥିଲା।ତାପରେ ସେଠାରେ ପଥର ପ୍ୟକିଂ ପାଇଁ ଟ୍ରକ୍ ରେ ପଥର ଢ଼ଳା ଯାଇ ଥିଲା।ହେଲେ ଉକ୍ତ ବନ୍ଧ ପ୍ରାୟ ୨ ଶହ ଫୁଟ ଲମ୍ବ ରେ ମାଟି ଶହ ପଥର ଧସି ନଦୀ ଗର୍ବ କୁ ଚାଲିଯାଇଛି। ପୁଣି ୫ ଦିନ ତଳେ ସେଠାରେ ବନ୍ଧ ର ତଳ ଅଂଶକୁ ଡ୍ରୋଜର ମାଧ୍ୟମ ରେ ମାଟି ଓ ପଥର କୁ ସଫା କରାଯାଇ ପୁଣି ମାଟିପକାଯାଇ ସେଠାରେ ରୁଲିଙ୍ଗୀ କାମ ସରିଥିବା ବେଳେ ପୁଣୀ ଶନିବାର ସକାଳେ ଉକ୍ତ ବନ୍ଧ ରେ ୫୦ ମିଟର ରେ ବନ୍ଧ ଧଶି ଯାଇ ଥିବା ବେଳେ ବନ୍ଧ ରେ ପୁଣି ପୁର୍ବଭଳି ଫାଟସୃଷ୍ଟି ହୋଇଛି ।ଖବର ପାଇ ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶରତ ଘଡାଇ ,ଧାମନଗର ଏସ ଡି ଓ କିଶୋର ଦାଶ ଘଟଣା ସ୍ଥଳରେ ପହଂଚ ଥିଲେ। ଆଉ ଦୁଇଦିନ ପରେ ଲଘୁଚାପ ଜନିତ ବର୍ଷା ସହ ମୌସୁମୀ ପ୍ରବେଶ କରିବା ନେଇ ପୁଣି ସେଠାରେ ମାଟି ପକା ଆରମ୍ଭ ହୋଇଛି। ଉକ୍ତ ସ୍ଥାନରେ ବାରମ୍ବାର ଏପରି ମାଟିଧସିବାର କାରଣ ସଂପର୍କ ରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଘଡାଇ କହିଛନ୍ତି ଯେ ବନ୍ଧ ର ମୂଳ ରେ କିଛି ପତଳା ଓ କାଦୁଆମାଟି ରହିଛି ଫଳରେ ଗର୍ତ ଗର୍ଭ ରେ ମାଟି ଲିନ ହୋଇଯାଉଛି ।ଏବେ ସେଠାରେ ପ୍ରତି ୯ ଇଂଚ ରେ ଗୋଟେ ଲେଖାଏଁ ଲେୟାର ମାଟି ପକାଯିବ। ବନ୍ଧ ମୂଳରେ ଆଉ ଗୋଟେ ସୁରକ୍ଷା ବନ୍ଧ କରା ଯାଇ ବନ୍ଧ କୁ ଶୃଦୁଡ କରାଯିବ ବୋଲି ଶ୍ରୀ ଘଡେଇ କହିଥିଲେ। ସୁଚନା ଥାଉକି ଉକ୍ତ ନଦୀବନ୍ଧ ତଳେ ଗୋଟେ ଅଂଶ ପତଳା ମାଟି ଥିବାରୁ ସେଠାରେ ଏପରି ବାରମ୍ୱାର ଏପରି ଘଟିପାରେ ।ଯଦି ଉକ୍ତ ବନ୍ଧ ର ସ୍ଥାନ ବଦଳେଇ ଦିଆଯାଇ ପାରନ୍ତା ବନ୍ଧ ଟି ସୁରକ୍ଷିତ ରହି ପାରନ୍ତା।ସେଠାରେ ଗୋଟିଏ ପରିବାର ସ୍ଥାନାନ୍ତର ହେବାକୁ ପଡ଼ିବ । ଏ ଦିଗରେ ସରକାର ଉକ୍ତ ପରିବାର କୁ ଅନ୍ୟତ୍ର ଜାଗା ଦେଇ ତାଙ୍କୁ ଥଇଥାନ କରି ସେଠାରେ ବନ୍ଧ ନିର୍ମାଣ କଲେ ସ୍ତାଇ ପ୍ରତିକାର ହୋଇ ପାରନ୍ତା ବୋଲି ସ୍ଥାନୀୟ ଅଂଚଳ ର ଲୋକ ମାନେ ଦାବି କରିଛନ୍ତି ଏ ଦିଗରେ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସଧାରଣ ରେ ଦାବି ହୋଇଛି ନଚେତ ବାରମ୍ୱାର ଏପରି ବନ୍ଧ ଧସିବା ଶହ ସରକାରି ତହବିଲରୁ କୋଟି କୋଟି ଟଙ୍କା ଅପବ୍ୟୟ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.