Home କେନ୍ଦ୍ରାପଡ଼ା ଭୋକେସନାଲରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା

ଭୋକେସନାଲରେ ଟପ୍ପର ହୋଇଥିବା ଛାତ୍ରୀଙ୍କୁ ବ୍ଲକ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା

163

କେନ୍ଦ୍ରାପଡା ୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଭୋକେସନାଲରେ ସର୍ବାଧିକ ୫୪୧ନମ୍ବର ରଖି ଟପର ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ପଂଚାୟତ ମଠସାହିର ରବିନ୍ଦ୍ର ନାଥ ରାଉତଙ୍କ ଝିଅ ମୈତ୍ରୀ ରାଉତଙ୍କୁ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ତାଙ୍କ ବାସଭବନରେ ପହଁଚି ସମ୍ବର୍ଦ୍ଧିତ କରିଛନ୍ତି। ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଭୋକେସନାଲ ଟପ୍ପର ମୈତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନିକିରେଇ ପଂଚାୟତ ସରପଂଚ ସନତ କୁମାର ଜେନା, କୁତୁରଙ୍ଗ ପଂଚାୟତ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ଆଇନଜୀବି ନିରଞ୍ଜନ ବଳ, ବଗଡା ପଂଚାୟତର ଯୁବନେତା କୈଳାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.