Home କେନ୍ଦୁଝର ପୁଅର ଜନ୍ମଦିନରେ ବାପା ମାଆ ଓ ପୁଅ ଗରିବଙ୍କ ଘରଘର ବୁଲି ବାଣ୍ଟିଲେ ରନ୍ଧା ଖାଦ୍ୟ

ପୁଅର ଜନ୍ମଦିନରେ ବାପା ମାଆ ଓ ପୁଅ ଗରିବଙ୍କ ଘରଘର ବୁଲି ବାଣ୍ଟିଲେ ରନ୍ଧା ଖାଦ୍ୟ

600

ବଡ଼ବିଲ ,ତା ୦୩ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ପୁଅର ଜନ୍ମଦିନ ଅବସରରେ ଗରିବ ଶ୍ରେଣୀର ଲୋକମାନଙ୍କ ଘରଘର ବୁଲି ରନ୍ଧା ଖାଦ୍ୟ ବଣ୍ଟନ କଲେ ସମାଜସେବୀ । ଖବର ମୁତାବକ ସେରେଣ୍ଡା ପଞ୍ଚାୟତର ବହୁ ଗରିବ ଲୋକମାନଙ୍କୁ ବିଶ୍ୱ ମହାମାରୀ କରୋନାର ପ୍ରଭାବ ସହ ସରକାରଙ୍କ ଏହି ଲକ୍ ଡାଉନରେ ଆବଶ୍ୟକୀୟ ଖାଦ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସାଧାରଣତଃ ଗରିବ ଶ୍ରେଣୀର ଲୋକ, ଦିନମଜୁରିଆ, ଅସହାୟ ଲୋକ ପ୍ରତ୍ୟେକ ଦିନ ରୋଜଗାର କରି ନିଜ ପରିବାର ପୋଷଣ କରିବା ବହୁତ କଷ୍ଟକର ହୋଇପଡେ । ହେଲେ ବର୍ତ୍ତମାନ ସରକାରଙ୍କ ଲକ୍ ଡାଉନ୍ ନିୟମ ସମୟରେ ରୋଜଗାର ନଥିବା ବେଳେ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଅସମ୍ଭବ ହେଉଛି । ସେହି ଗରିବ ଲୋକମାନଙ୍କ ମୁହଁରେ ଟିକେ ହସ ପାଇଁ ପୁଅ ଓମ୍ ପ୍ରକାଶ ମହାନ୍ତଙ୍କ ଜନ୍ମଦିନରେ ବାପା ହୀରଣ୍ୟ କୁମାର ମହାନ୍ତ, ଓ ମାଆ ଶୁଶୁମାରାଣୀ ମହାନ୍ତ ଆଜି ମିଶି ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.