Home କେନ୍ଦୁଝର ହଦଗଡ ବନ ବିଭାଗ ପକ୍ଷରୁ ୧ଲକ୍ଷ ୭୫ହଜାର ଚାରା ବଣ୍ଟନ କରାଯିବ

ହଦଗଡ ବନ ବିଭାଗ ପକ୍ଷରୁ ୧ଲକ୍ଷ ୭୫ହଜାର ଚାରା ବଣ୍ଟନ କରାଯିବ

178

ହାଟଡ଼ିହି, ୧ /୭ / : (ଓଡିଆପୁଅ / ବିକାଶ ବିଶ୍ୱାଳ)ଚଳିତ ୨୦୨୧ବର୍ଷ ପାଇଁ ହଦଗଡ ବନ ବିଭାଗ ପକ୍ଷରୁ ୧ଲକ୍ଷ ୭୫ହଜାର ଚାରା ଲୋକଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକମାନେ ଚାରାଗୋଟି ଏକ ଟଙ୍କା ହିସାବରେ ପ୍ରଦାନ କରିବା ସହିତ ଆଧାରକାର୍ଡ ଦେଖାଇ ନେବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି । ସ୍କୁଲ, କଲେଜ ଆଦି ଅନୁଷ୍ଠାନକୁ ମାଗଣାରେ ଚାରା ବଣ୍ଟନ କରାଯିବ ବୋଲି ସୁଚନା ଦିଆଯାଇଛି । କାଠକଟା ନର୍ସରୀରୁ ତରତରା, ବାହିଆ, କଣ୍ଟିପାଳ ଆଦି ବନ ସୁରକ୍ଷା ସମିତି ମାଧ୍ୟମରେ ୩୫୩୫୦ ଚାରା ବଣ୍ଟନ କରାଯିବାକୁ ଥିବାବେଳେ ଫରେଷ୍ଟର ଅନନ୍ତ ଚରଣ ପରିଡା ଏହାର ବଣ୍ଟନ ଦାୟିତ୍ୱରେ ଅଛନ୍ତି । ସେହିପରି ଲାଖବିନ୍ଧା ନର୍ସରୀରୁ ଚାପୁଣ୍ଡିଆ, ଗୋବିନ୍ଦପୁର, ସମଣା, ବାହାରିପୁର, ଜମ୍ଭରା ଆଦି ବନ ସୁରକ୍ଷା ସମିତି ମାଧ୍ୟମରେ ୪୮୨୦୦ ଚାରା ବଣ୍ଟନର ବ୍ୟବସ୍ଥା କରାଯାଇଛି । ଏହାର ବଣ୍ଟନ ଦାୟିତ୍ୱ ଫରେଷ୍ଟଗାର୍ଡ ବାପୁଜୀ ସାହୁଙ୍କୁ ଦିଆ ଯାଇଥିବାବେଳେ ସେହି ଲାଖବିନ୍ଧା ନର୍ସରୀରୁ ଅସିଆ, ମଠ, ଠୁଣିଗାଁ, ବୈଦାଖିଆ ପ୍ରଭୃତି ବନ ସୁରକ୍ଷା ସମିତି ଜରିଆରେ ୨୫ହଜାର ଚାରା ଯୋଗାଇ ଦିଆଯିବ । ସେହିପରି ହଦଗଡ ନର୍ସରୀରୁ ସଙ୍ଗମ, ଦୋଷରାପଦା, ସୋସୋ, ଢ଼େଙ୍କା ଆଦି ବନ ସୁରକ୍ଷା ସମିତି ମାଧ୍ୟମରେ ଚାରା ଯୋଗାଇ ଦ୍ରିଆଯିବାର ବ୍ୟବସ୍ଥା କରାଯାଇଥିବାବେଳେ ଫରେଷ୍ଟଗାର୍ଡ ଅମରେନ୍ଦ୍ର ନାଥଙ୍କୁ ଏହାର ବଣ୍ଟନ ଦାୟିତ୍ୱ ଦିଆଯାଇଛି । ସେହିପରି ବଣିଆପଙ୍କରେ ବଣିଆପଙ୍କ, ସିଆଡିମାଳିଆ, ଧନୁର୍ଜୟପୁର, ବାଙ୍ଗୋର ଆଦି ବନ ସୁରକ୍ଷା ସମିତି ମାଧ୍ୟମରେ ଚାରା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇ ଥିବାବେଳେ ଫରେଷ୍ଟର କେଦାର ପାତ୍ର ଏହାର ବଣ୍ଟନ ଦାୟିତ୍ୱ ନେଇଛନ୍ତି । ହଦଗଡର ଅନ୍ୟଏକ ନର୍ସରୀରୁ ହଦଗଡ, ଶଙ୍କଟପାଲିଆ, ହରଡବାଡି, ଚଞ୍ଚଳପଡା ଆଦି ବନସୁରକ୍ଷା ସମିତି ଜରିଆରେ ଚାରା ବିକ୍ରୀର ବ୍ୟବସ୍ଥା କରାଯାଇଥିବା ବେଳେ ଦେବସ୍ମୀତା ରାଉତ ଏହାର ବଣ୍ଟନ ଦାୟିତ୍ୱରେ ଅଛନ୍ତି ବୋଲି ହଦଗଡ ରେଞ୍ଜ ଅଫିସର ସୁମିତ ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.