Home କେନ୍ଦୁଝର ଅଗ୍ନିବିପନ୍ନଙ୍କୁ ସହାୟତା କଲା ବିଜେପି

ଅଗ୍ନିବିପନ୍ନଙ୍କୁ ସହାୟତା କଲା ବିଜେପି

55

ହାଟଡ଼ିହି,୧୭ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ମଣିଚରଣ ସାହୁ, କ୍ଷେତ୍ରବାସୀ ସାହୁ, ମଙ୍ଗୁଳି ଚରଣ ସାହୁ, ପ୍ରହଲାଦ ସାହୁଙ୍କ ୬ବଖରା ଘର ଜଳିଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଜେପିର ଜିଲ୍ଲା ସଭାପତି ଅଶୁଂମାନ ସବୁଜ ମହାନ୍ତ ବର୍ମା, ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମାନ୍ତ ସିଂହାର, ଦୀପକ ଜେନା, ବଞ୍ଚୋ ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ଜିଲ୍ଲା ଓବିସି ମୋର୍ଚ୍ଚାର ଉପସଭାପତି ମଧୁସୁଦନ ରାଉତ, ଶାଳବଣି ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ବଞ୍ଚୋ ମଣ୍‌ଡଳର ଯୁବସଭାପତି ଶୁଭାଦ୍ରୀ ବଳିୟାର ସିଂ, ସୁରେନ୍ଦ୍ର ସାହୁ, ବାବାଜି ଜେନା, ପ୍ରମୁଖ ଅଗ୍ନି ବିପନ୍ନ ମାନଙ୍କ ନିକଟରେ ପହଞ୍ଚି ସେସମାନଙ୍କୁ ସମବେଦନା ଜଣାଇବା ସହିତ ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସରକାର ତୁରନ୍ତ ବିପନ୍ନ ପରିବାର ଗୁଡିକୁ କ୍ଷତିପୁରଣ ଦେବାସହିତ ବାସଗୃହ ଯୋଗାଇ ଦେବାକୁ ନେତାମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.