Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ  ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

19

କୋରାପୁଟ ୩୦-୦୧(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଅଧ୍ୟକ୍ଷତା କରି ସନାତନ ଧର୍ମ ତଥା ବିଭିନ୍ନ ଭିତିଭୂମି ଉପରେ ଆଲୋକପାତ କରିଥିଲେ ।ଭାରତୀୟ  ଶାସ୍ତ୍ରୀୟ ନୃତ୍ୟ କେନ୍ଦ୍ରର ସଭାପତି ତଥା ରାଜ୍ୟସଭା ସଦସ୍ୟା ପଦ୍ମବିଭୂଷଣ ଡ.ସୋନାଲ ମାନସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ  ଓଡିଶୀ ନୃତ୍ୟକଳାର ଐ୍ୟତିହାସିକ ଓ ଧାର୍ମିକ ପୃଷ୍ଠଭୂମି ଏବଂ  ଏକ ଭାରତ ଶ୍ରେଷ୍ଠ ଭାରତର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋକପାତ କରିବା ସହ ଜଗନ୍ନାଥ ସଂସ୍କୃତି ତଥା ଲକ୍ଷ୍ମୀପୂରାଣର ତାତ୍ପର୍ଯ୍ୟକୁ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ ।ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ସୈାରଭ ଗୁପ୍ତା ଯୋଗଦେଇ ପରିଚାଳନା କରିଥିଲେ ।ପ୍ରଫେସର ଅକ୍ଷୟ ରାଉତ ,ପ୍ରଫେସର ପି.ଦୁର୍ଗା ପ୍ରସାଦ ,ଛାତ୍ରଛାତ୍ରୀ  ଏବଂ ଅଣ ଅଧ୍ୟାପକମାନ ଯୋଗଦେଇଥିଲେ ।ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.