Home Top News ପୁଣି କେବେଠାରୁ ମିଳିବ ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରା ରିହାତି: ରେଳମନ୍ତ୍ରୀଙ୍କ ଉତ୍ତର ..

ପୁଣି କେବେଠାରୁ ମିଳିବ ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରା ରିହାତି: ରେଳମନ୍ତ୍ରୀଙ୍କ ଉତ୍ତର ..

63

ନୂଆଦିଲ୍ଲୀ: କୋଭିଡ୍- ୧୯ ମହାମାରୀ କାରଣରୁ ୨ ବର୍ଷ ପୂର୍ବେ ଭାରତୀୟ ରେଳବାଇ ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ଦିଆଯାଇଥିବା ରିହାତିକୁ ରଦ୍ଦ କରିଦେଇଥିଲା। ମହାମାରୀ ସମୟରେ ରେଳବାଇର ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଏ’ପର୍ଯ୍ୟନ୍ତ ପୁଣି ଚାଲୁ ହୋଇନାହିଁ। ପ୍ରଶ୍ନ ଉଠୁଛି ଯେ କରୋନା ମହାମାରୀ ସଂକ୍ରମଣ କମିଛି। ରେଳବାଇ ମଧ୍ୟ ଧୀରେ ଧୀରେ ଏହାର ପୂର୍ଣ୍ଣ କ୍ଷମତାରେ ଚାଲିଛି। ତେବେ, ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଛାଡ଼ କେବେ ଆରମ୍ଭ ହେବ? ଏହି ପ୍ରସଙ୍ଗରେ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରାୟ ୭ କୋଟି ବରିଷ୍ଠ ନାଗରିକ ପ୍ରାୟ ୨ ବର୍ଷ ଧରି ବିନା ରିହାତିରେ ଟ୍ରେନରେ ଯାତ୍ରା କରୁଛନ୍ତି। କୋଭିଡ୍ ମହାମାରୀ ହେତୁ ଲକ୍ ଡାଉନ୍ ସମୟରେ ମାର୍ଚ୍ଚ ୨୦୨୦ରେ ରେଳବାଇ ଏହି ସୁବିଧା ସ୍ଥଗିତ ରଖିଥିଲା। ବର୍ତ୍ତମାନ ସୁଦ୍ଧା ଏହି ରିହାତିକୁ ଫେରାଇ ଆଣିବା ପାଇଁ କୌଣସି ଯୋଜନା ନାହିଁ। ରେଳମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୨୦ ୨୦୨୦ରୁ ମାର୍ଚ୍ଚ ୩୧, ୨୦୨୧ ମଧ୍ୟରେ ୧.୮୭ କୋଟି ବରିଷ୍ଠ ନାଗରିକ ଟ୍ରେନରେ ଯାତ୍ରା କରିଥିବା ବେଳେ ଏପ୍ରିଲ ୧, ୨୦୨୧ରୁ ଫେବୃଆରୀ ୨୦୨୨ ମଧ୍ୟରେ ୪.୭୪ କୋଟି ବରିଷ୍ଠ ନାଗରିକ ରେଳଯାତ୍ରା କରିଥିଲେ।ଏଥି ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ଆଦର୍ଶ ଷ୍ଟେସନ ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇରେ ୧୨୫୩ଟି ରେଳ ଷ୍ଟେସନ ଚିହ୍ନଟ ହୋଇଛି ଏବଂ ତନ୍ମଧ୍ୟରୁ ୧୨୧୩ଟି ଷ୍ଟେସନ ମଧ୍ୟରୁ ବିକଶିତ ହୋଇସାରିଛି। ଅବଶିଷ୍ଟ ୪୦ଟି ଷ୍ଟେସନକୁ ୨୦୨୨- ୨୩ ଆର୍ଥିକ ବର୍ଷରେ ବିକଶିତ କରାଯିବାକୁ ଯୋଜନା କରାଯାଇଛି ବୋଲି ଅଶ୍ୱିନୀ ସୂଚନା ଦେଇଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.