Home ଜିଲ୍ଲା ପରିକ୍ରମା କେବଲ ସୌଦାଗର ନିତୁ ବିଶ୍ୱାଳ ଆଉ ନାହାଁନ୍ତି

କେବଲ ସୌଦାଗର ନିତୁ ବିଶ୍ୱାଳ ଆଉ ନାହାଁନ୍ତି

75

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସହରର ସମସ୍ତଙ୍କର ପ୍ରିୟ ନିତୁ ବିଶ୍ୱାଳ ଆଉ ଏ କ୍ଷଣ ଭଙ୍ଗୁର ଇହଲୋକରେ ନାହାଁନ୍ତି । ସେ ଭଦ୍ରକ ସହରରେ ପ୍ରଥମ କରି କେବଲ ନେଟୱାର୍କ ଦ୍ୱାରା କେବଲ ଟିଭି ସୁବିଧା ଯୋଗାଇଥିଲେ । ଅସ୍ତଳ ଓ କୁଆଁସ ବାସିନ୍ଦା ନିତୁ ବିଶ୍ୱାଳଙ୍କ ଏହି ଦେହାନ୍ତ ଖବର ପାଇବା ପରେ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଚି । ସେ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଭିତରେ ଗତି କରୁଥିଲେ । ଗତ କିଛିଦିନ ହେବ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ତାଙ୍କୁ କଟକରେ ଚିକିତ୍ସା କରାଯାଉଥିବାବେଳେ ଦୁଇଦିନ ହେବ ଘରକୁ ଫେରିଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.