Home ଜିଲ୍ଲା ପରିକ୍ରମା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

81

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ପାଳିଆବିନ୍ଧାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ସୂଚନା ମିଳିଛି । ଦୃବୁର୍ତ୍ତମାନେ ପଛଝରକା ତାଲା ଭାଙ୍ଗିବା ପରେ ବିଭିନ୍ନ ଆଲମିରା ଭାଙ୍ଗିଥିବା ଜଣାଯାଇଛି । ଏଥିସହିତ ବ୍ୟାଙ୍କ ଲକର ଓ ଆଇରନ ଚେଷ୍ଟକୁ ଗ୍ୟାସ୍ କଟରରେ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କର ସାଇରନ୍ ମେସିନ୍ ଭଙ୍ଗାଯିବା ସହିତ ସିସି କ୍ୟାମେରା ମଧ୍ୟ ଭଙ୍ଗାଯାଇଥିବା ଜଣାପଡିଛି । ଏଥିସହିତ ଇନଭର୍ଟର ମେସିନ୍ ଓ ବ୍ୟାଟେରୀ ଆଦି ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଶାକା ପରିଚାଳକଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି । ତେବେ ଗତ ଶୁକ୍ରବାର ବ୍ୟାଙ୍କ ବନ୍ଦ ହେବା ପରେ ତିନିଦିନ ଛୁଟି ଥିଲା । ଆଜି ଚୋରି ହୋଇଥିବା ଶାଖା ପରିଚାଳକ ସୂଚନା ପାଇବା ପରେ ଥାନାରେ ଅଭିଯୋହଗ କରିଥିଲେ । ତେବେ ପୁଲିସ୍ ସନ୍ଦେହରେ ସ୍ଥାନୀୟ ୨ ଜଣଙ୍କୁ ଥାନାରେ ରଖି ପଚରା ଉଚୁରା କରୁଥିବା ଜଣାଯାଇଛି । ଏନେଇ ବ୍ୟାଙ୍କ କି ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.