Home ଜିଲ୍ଲା ପରିକ୍ରମା ଉଦ୍‌ଯାପିତ ହେଲା ଭାରତମାତାଙ୍କ ନବରାତ୍ର ପୂଜା

ଉଦ୍‌ଯାପିତ ହେଲା ଭାରତମାତାଙ୍କ ନବରାତ୍ର ପୂଜା

50

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦିଡିହ ଛକ ଠାରେ ସ୍ଥିତ ଭାରତମାତା ମନ୍ଦିରରେ ଅନୁଷ୍ଠିତ ନବରାତ୍ର ଉତ୍ସବ ଉଦ୍‌ଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ପୂଜା ଉତ୍ସବରେ ସୀତାଂଶୁ ଶେଖର ମହାପାତ୍ର ସପତ୍ନୀକ ଏବଂ ଅମୃତ ପ୍ରୀତମ ମହାପାତ୍ର ଘଟୋତ୍ତଳନ ସହ କର୍ତ୍ତାକର୍ତ୍ତ୍ରୀ ଭାବେ ସଂକଳ୍ପ କରିଥିଲେ । ଏହି ଅବସରରେ ସୂର୍ଯ୍ୟପୂଜା, ଗାୟତ୍ରୀ ଯଜ୍ଞ, ସପ୍ତଶତି ଚଣ୍ଡୀପାଠ, ଦୁର୍ଗା, ଗଣେଶ, ସରସ୍ୱତୀ, ମହାଲକ୍ଷ୍ମୀ ଆଦି ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କୋବିଡ କଟକଣା ଯୋଗୁ ଚଳିତ ବର୍ଷ ଏହି ପୂଜାକୁ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯାଇଛି । ମହାନବମୀରେ କର୍ତ୍ତା ଶ୍ରୀ ମହାପାତ୍ର ସପତ୍ନୀକ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତମାତା କମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.