Home ଓଡ଼ିଶା ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକ

ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକ

108

କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ସ୍ତରୀୟ ୨ୟ ଧାନକ୍ରୟ କମିଟି ବୈଠକ ଶନିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଥିଲେ ଯେ ଚଳିତବର୍ଷ ଜିଲ୍ଲାର ୧୧୬ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଚାଷୀଙ୍କ ଠାରୁ ଧାନକ୍ରୟ କରିବାକୁ ସାମିଲ ହୋଇଥିବା ବେଳେ ୩୪ହଜାର ୧୯୭ଜଣ ଚାଷୀ ଧାନ ବିକ୍ରୟ କରିବାକୁ ପଞ୍ଜିକୃତ ହୋଇଛନ୍ତି।

ସେଥିମଧ୍ୟରୁ ୩୩ ହଜାର ୬୬୨ଜଣ ଚାଷୀଙ୍କୁ ତନଖି କରାଯାଇଛି। ଅଦ୍ୟାବଧି ୧୫ହଜାର ୧୩୨ଜଣ ଚାଷୀ ପ୍ୟାକ୍ସରେ ଧାନ ବୀକ୍ରୟ କରିସାରିଛନ୍ତି। ଚଳିତ ବର୍ଷ ପାଇଁ ଏହି ଜିଲ୍ଲାରୁ ୮ଲକ୍ଷ ୧୧ହଜାର ୭୬୪.୭୧କ୍ୱିଂଟାଲ ଧାନ କ୍ରୟ ନିମନ୍ତେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଲକ୍ଷ ୭୬ହଜାର ୮୧.୦୮ କ୍ୱିଂଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ପ୍ୟାକ୍ସମାନଙ୍କୁ ବଂଟନ କରାଯାଇଥିବା ବେଳେ ଆଉ ୧ଲକ୍ଷ ୪ହଜାର ୮୩.୬୩ କ୍ୱିଂଟାଲର ଟାର୍ଗେଟ ପ୍ୟାକ୍ସମାନଙ୍କୁ ଦିଆଯିବାକୁ ବାକି ରହିଛି। ଏହି ଜିଲ୍ଲାର ୨୫ଜଣ ମିଲରଙ୍କୁ ଓ ବାହାର ଜିଲ୍ଲାର ୫ଜଣ ମିଲରଙ୍କୁ ପ୍ୟାକ୍ସ ଗୁଡିକରୁ ଧାନ ଉଠାଇବା ପାଇଁ ନିର୍ଦେଶ ଦିଆଯାଇଛି। ଅଦ୍ୟାବଧି ୫ଲକ୍ଷ ୯୫ହଜାର ୯୭୧.୫୧କ୍ୱିଂଟାଲ ଧାନ ଚାଷୀମାନଙ୍କ ଠାରୁ କିଣାଯାଇଥିବା ସୂଚନା ଦିଆଯାଇଛି। କମିଟିର ଚାଷୀ ପ୍ରତିନିଧି ଭାବେ ଯୋଗଦେଇଥିବା ବାବୁରାମ ନାୟକ ଓ ହେମନ୍ତ କୁମାର କର କହିଥିଲେ ଯେ ଧାନ ବୀକ୍ରୟ ପାଇଁ ଚାଷୀଙ୍କୁ ଦିଆଯାଇଥିବା ଟୋକନ ଥରେ ରଦ୍ଦ ହେବା ପରେ ପୁନରାୟ ଅନଲାଇନରେ ଆସୁନଥିବାରୁ ଚାଷୀମାନେ ମଣ୍ଡିରେ ଧାନ ବୀକ୍ରୟ କରିବାରେ ଗୁରୁତ୍ତର ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିସହିତ ଧାନ ବୀକ୍ରୟର ସମୟସୀମା ଅପ୍ରେଲମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ବର୍ମା ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ପଞ୍ଜିକୃତ ସମସ୍ତ ଚାଷୀ ଯେପରି ଟୋକନ ପାଇ ପାରନ୍ତି ଓ ଟୋକନ ରଦ୍ଦ ହେଉଥିବା ଚାଷୀଙ୍କ ଟୋକନ ପୁନଃ ଇସୁ ହେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଧାନ କ୍ରୟର ସମୟସୀମା ଆଉ ବୃଦ୍ଧି ହେବା ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା କହିଥିଲେ ଯେ ଚାଷୀମାନେ ମଣ୍ଡିରେ ଧାନ ବୀକ୍ରୟରେ ଯେଭଳି କୈାଣସି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ପ୍ରଶାସନ ଓ ଯୋଗାଣ ବିଭାଗ ଗୁରୁତ୍ୱ ସହକାରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସହକାରୀ ଯୋଗାଣ ଅଧିକାରୀ ଭବାନୀ ପ୍ରସାଦ ଦାଶ, ରଶ୍ମିତା ସାହୁ, ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଅଶୋକ କୁମାର ବେହେରା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ରବିନ୍ଦ୍ର ବିଶ୍ୱାଳ, ଚାଷୀ ପ୍ରତିନିଧି ଓ ମିଲର ପ୍ରତିନିଧିମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.