Home ଓଡ଼ିଶା କେନ୍ଦ୍ର ମନ୍ତ୍ରୀ ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ

କେନ୍ଦ୍ର ମନ୍ତ୍ରୀ ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ

50

ନୟାଗଡ଼ ୩୦/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲାରେ ଚାଲିଥିବା କେନ୍ଦ୍ରୀୟ ଯୋଜନା ଉପରେ ରଣପୁର ବ୍ଲକ ସମ୍ମୀଳନୀ କକ୍ଷରେ ସମୀକ୍ଷା କଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି। ଏହି ସମୀକ୍ଷା ବୈଠକରେ ଭାଜପାର କେନ୍ଦ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର, ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ, ନୟାଗଡ ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ପୁର୍ବତନ ରାଷ୍ଟ୍ର ମନ୍ତ୍ରୀ ସୁରମା ପାଢୀ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଉଚ୍ଚ ଅଧିକାରୀ। କେନ୍ଦ୍ରୀୟ ଯୋଜନା ଭିତ୍ତିରେ ଜାତୀୟ ରାଜପଥ, ଟାଟା କେନ୍ଦ୍ରୀୟ ବିଦ୍ୟୁତ ପରିବଣ୍ଟନ ବିଭାଗ, ଭାରତ ଦୂରସଂଚାର ନିଗମ, ଖାଦ୍ୟ ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜିଲ୍ଲା କୃଷି ବିଭାଗ, ଜିଲ୍ଲା ପଶୁ ସମ୍ପଦ ବିଭାଗ, ନୟାଗଡ ଜିଲ୍ଲା ପରିଷଦରେ ଚାଲିଥିବା ସମସ୍ତ କେନ୍ଦ୍ରୀୟ ଯୋଜନା, ଉଦ୍ୟାନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା କଲ୍ୟାଣ ବିଭାଗ, କ୍ଷୁଦ୍ର ଜଳସେଚନ ଓ ମତ୍ସ୍ୟ ବିଭାଗରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

କିନ୍ତୁ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ସୂଚନା ଫଳକରେ ପ୍ରଧାନ ମନ୍ତ୍ରୀଙ୍କ ନାମକୁ ଛୋଟ କରି କେନ୍ଦ୍ରୀୟ ଯୋଜନାକୁ ଘୋଟାଲା କରି ରାଜ୍ୟ ଯୋଜନାରେ ପରିଗଣିତ କରିଥିବାରୁ କେନ୍ଦ୍ର ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ। ଏଭଳି ଘୋଟାଲା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକ୍ରମ କୁ ତ୍ୱରାନିତ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଶେଷରେ କେନ୍ଦ୍ରୀୟ ଯୋଜନା କୁ ହରିଲୁଟ୍ ନକରି ପ୍ରାଧାନ୍ୟ ଦେବାକୁ ଜିଲ୍ଲା ପ୍ରଶାସନକୁ କହିଥିଲେ। ପରେ ପରେ ରଣପୁର ମା’ ମଣିନାଗ କଲ୍ୟାଣ ମଣ୍ଡପ ଠାରେ ଯୁବ ଓ ନୂଆ ଭୋଟରଙ୍କ ସହ ଆଲୋଚନା କରିଥିଲେ। ତା’ ପରେ ବୁଦ୍ଧିଜୀବି ବର୍ଗ ଓ ଭୋଟ ବ୍ୟାଙ୍କ ହାତରେ ରଖିଥିବା କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ଚିଲିକା (ବାଲୁଗାଁ) ବରକୂଳ ଡାକ ବଙ୍ଗଳାରେ ରାତ୍ରୀ ଯାପନ ପାଇଁ କାର୍ଯ୍ୟକ୍ରମ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.