Home ଅପରାଧ ବାପାର ମାଡରେ ପୁଅର ମୃତ୍ୟୁ ଅଭିଯୋଗ

ବାପାର ମାଡରେ ପୁଅର ମୃତ୍ୟୁ ଅଭିଯୋଗ

28

କେନ୍ଦ୍ରାପଡ଼ା, ୩୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରେ ବାପାର ମାଡରେ ପୁଅର ମୃତ୍ୟୁ ହୋଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ନିକିରାଇ ଥାନା ଅଧିକାରୀ କାଦମ୍ବିନୀ ପରିଡା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସେହି ଥାନା ଅନ୍ତର୍ଗତ ଇନ୍ଦୁପୁର ହାବେଳୀ ଗ୍ରାମ ଦଳିତ ସାହିର ୮ବର୍ଷର ଦେବନ ଜେନା ଓରଫ ଦେବୁଙ୍କୁ ହତ୍ୟା କରିଛି ବାପା ସୁନାକର ଜେନା। ଦେବୁକୁ ବିଗତ ୪ଦିନ ଧରି ପ୍ରବଳ ଜ୍ୱର ହୋଇଥିବାରୁ ବାପା ସୁନାକର କିଛି ଫଳ ଓ ଔଷଧ ଧରି ଘରେ ପହଞ୍ଚିଥିଲେ। ଦେବୁକୁ ଏସବୁ ଖାଇବାକୁ କହିଲାରୁ ଜ୍ୱରରେ ପିଡିତ ଦେବୁ ଏସବୁ ଖାଇବାକୁ ରାଜି ନହେବାରୁ ବାପା ସୁନାକର ଦେବୁକୁ ଶକ୍ତ ଚାପୁଡା ମାରିବା ସହିତ ଏକ ବାଡିରେ ପିଟି ଚାଲିଥିଲେ। ଫଳରେ ଦେବୁ ସଜ୍ଞାହୀନ ହୋଇପଡିଥିଲା। ଦେବ ମାଡ ଖାଉଥିବା ବେଳେ ତାହାକୁ ବାରଣ କରିବାରୁ ଦେବର ମା’ ଓ ବଡ ଭାଇ ମଧ୍ୟ ସୁନାକରଙ୍କ ଆକ୍ରମଣରୁ ବର୍ତ୍ତୀ ନଥିଲେ। ରାତିରେ ପୂନର୍ବାର ଦେବୁକୁ ଡାକି ଔଷଧ ଦେବାକୁ ଚେଷ୍ଟା କରିବାରେ ଦେବୁ ନିସ୍ତେଜ ହୋଇପଡିଥିବା ଦେଖାଯାଇଥିଲା। ପରିବାର ପକ୍ଷରୁ ଦେବକୁ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଦେବୁର ଅବସ୍ଥା ସଙ୍କଟାପନ୍ନ ଥିବା ଓ ତା’ ପାଟିରୁ ରକ୍ତ ବାହାରୁଥିବା ଡାକ୍ତର ଦେଖିବା ପରେ ଦେବୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିଲେ। ଦେବୁର ମୃତ୍ୟୁ ହୋଇଯିବାରୁ ତାର ବଡବାପା ତଥା ସୁନାକରର ବଡଭାଇ ନିକିରାଇ ଥାନାରେ ପୁତୁରା ମୃତ୍ୟୁ ପାଇଁ ସୁନାକର ଦାୟୀ ବୋଲି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନିକିରାଇ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହିତ ଅଭିଯୁକ୍ତ ସୁନାକରକୁ ଥାନାରେ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.