Home ଓଡ଼ିଶା କେନ୍ଦ୍ର ଆଦିବାସୀ କଲ୍ୟାଣ ଜଳସମ୍ପଦ ମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଜନ ଆଶୀର୍ବାଦ ଯାତ୍ରାରେ ସାମିଲ

କେନ୍ଦ୍ର ଆଦିବାସୀ କଲ୍ୟାଣ ଜଳସମ୍ପଦ ମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଜନ ଆଶୀର୍ବାଦ ଯାତ୍ରାରେ ସାମିଲ

49

ମାଲକାନଗିରି,୭ା୧୧(ଓଡିଆ ପୁଅ ) କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳସମ୍ପଦ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମାଲକାନଗିରି ଜିଲ୍ଲାସ୍ଥ ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହେବାସହ ଭାରତ ସକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର‌୍ୟ୍ୟ ପରିଦର୍ଶନ କରିବା ସହ କାର‌୍ୟ୍ୟ ତଦାରଖ କରିଛନ୍ତି । ମନ୍ତ୍ରୀ ଇଂ ଶ୍ରୀ ଟୁଡୁ ଚିତ୍ରକୋଣ୍ଡା ଓ ବାଲିମେଳା ଠାରେ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, ବାଲିମେଳା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର,ବାଲିମେଳା ଜଳବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରି ଥିଲେ । ଆଜି ସକାଳେ ବାଲିମେଳା ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶାଖାକୁ ଯାଇ ସେଠାରେ ଯୋଗ ଓ ବ୍ୟାୟାମ କରିସାରିବା ପରେ ଜନ ଆଶୀର୍ବାଦ ଯାତ୍ରାରେ ସହର ପରିକ୍ରମା କରିଥିଲେ । ମନ୍ତ୍ରୀ ଶ୍ରୀ ଟୁଟୁ ପୁବ ର୍ରୁ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ଇଂଜିନିୟର ଭାବେ କାର‌୍ୟ୍ୟକରୁଥିବାରୁ ତାଙ୍କର ମାଲକାନଗିରି ଜିଲ୍ଲା ଓ ବାଲିମେଳା ସହର ପ୍ରତି ସ୍ୱତନ୍ତ୍ର ଦାଇତ୍ୱ ରହିଛି ବୋଲି କହିଥିଲେ । ବାଲିମେଳା ଗେଷ୍ଟ ହାଉସ ଠାରେ ଜଳସଂପଦ ବିଭାଗ,ସହର ଓ ଗ୍ରାମାଚଂଳ ଜଳ ଯୋଗଣ ବିଭାଗ,ଆଦିବାସୀ କଲ୍ୟାଣ ବିଭାଗ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଉନ୍ନୟନ କାର‌୍ୟ୍ୟସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପିଏ ଆଇଟିଡିଏ କ୍ଷୀରାଦ୍ଧି ବେହେରା,ଜଳସଂପଦ ବିଭାଗ, ବାଲିମେଳା ବିଦ୍ୟୁତ ଜଳ ପ୍ରକଳ୍ପ ଅଧିକାରୀ,ବିଡିଓ ରାହୁଳ ମଣ୍ଡଳ,ସମତେ ଅନ୍ୟାନ ଅଧିକାରୀ ଓ ନବରଙ୍ଗପୁର ପୁବ ର୍ତନ ସାଂସଦ ପର୍ଶୁରାମ ମାଝ,କୋରାପୁଟ ପୁବ ର୍ତନ ସାଂସାଦ ଜୟରାମ ପାଙ୍ଗି,ଭାଜପା ଉପସଭାପତି ବଳଭଦ୍ର ମାଝୀ,ମାଲକାନଗିରି ବିଧାୟକ ଆଦିତ୍ୟା ମାଢୀ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ଜିଲ୍ଲାପ୍ରଭାରୀ କାଳୀରାମ ମାଝୀ ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ବାଲିମେଳା ଠାରେ ଏକ ମିଶ୍ରଣ ପବ ର୍ର ଆୟୋଜନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.