Home ଓଡ଼ିଶା ଚୋରା ମାଙ୍କଡା ପଥର ଚାଲାଣ ମିନିଟ୍ରକ ଜବତ

ଚୋରା ମାଙ୍କଡା ପଥର ଚାଲାଣ ମିନିଟ୍ରକ ଜବତ

47

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୧୧- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ରେ ପ୍ରତିଦିନ ଶହ ଶହ ମିନିଟ୍ରକ ରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗାଡି ଗୁଡିକ ରାତ୍ରୀ ରେ ଦୃତ ଗତି ରେ ଯାତାୟତ କରିବା ଯୋଗୁଁ ସାଧାରଣ ଲୋକମାନେ  ଯାତାୟତ ରେ ଅସୁବିଧା  ଭୋଗ କରିବା ସହ ଦୃର୍ଘଟଣା ରେ ପଡୁଥିବା ଅଭିଯୋଗ ହେଉଛି । ମାଙ୍କଡା ପଥର ଚୋରା ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ରାଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବେଳେ ରଣପୁର ଥାନା ପୋଲିସ ରାତ୍ରୀକାଳିନ ତନଖି ସମୟରେ ବେଳେ ମାଙ୍କଡା ପଥର ଗାଡି ଧରୁଥିବା ଜଣାପଡିଛି ।

ସେହିଭଳି ଭାବରେ ଗତ ୬ ତାରିଖ ରାତ୍ରୀକାଳୀନ ତନଖି ସମୟରେ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମାହନ୍ତି ଚମ୍ପତିପୁର ଛକ ରେ ଓ ଆର୍ ୦୨ ଏ ଜେଡ୍ ୭୮୬୭ ନମ୍ବର ବିଶିଷ୍ଠ ମିନିଟ୍ରକ କୁ ଜବତ କରିଥିଲେ ମିନିଟ୍ରକ ରେ ଚାଲାଣ ହେଉଥିବା ମାଙ୍କଡା ପଥର ର କାଗଜପତ୍ର ତନଖି ସମୟରେ ଡ୍ରାଇଭର ଦେଖାଇ ପାରିନଥିଲେ । ଯାହାଫଳ ରେ ଚୋରା ଚାଲାଣ କରୁଥିବା ମିନିଟ୍ରକ କୁ ଥାନା ଭିତରେ ଅଟକ  ରଖିଥିବା ଜଣାପଡିଛି । ସାଧାରଣ ରେ ଅଭିଯୋଗ ହେଉଛି ତନଖି ସମୟରେ ପଥର ଚାଲାଣ ସମ୍ପକିତ କାଗଜ ପତ୍ର ଡ୍ରାଇଭର ଦେଖାଇ ପାରୁନଥିବା ବେଳେ ମାଲିକ ମାନେ ପରେ ପଥର ଚାଲାଣ ସର୍ମ୍ପକିତ ମିଥ୍ୟା ଜାଲ୍ କାଗଜପତ୍ର ଦେଖାଇ ଗାଡି କୁ ଥାନା ରୁ ଖସାଇ ନେଇଥାନ୍ତି । ପୁଣି ପର ଦିନ ସେହି ଗାଡି ରେ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବା ର ଦେଖିବାକୁ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.