Home କେନ୍ଦୁଝର ବ୍ୟବସାୟୀ ଭାବଗ୍ରାହୀ ପଣ୍ଡାଙ୍କ ପରଲୋକ

ବ୍ୟବସାୟୀ ଭାବଗ୍ରାହୀ ପଣ୍ଡାଙ୍କ ପରଲୋକ

82

ହାଟଡିହି,୭/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଘସିପୁରା ବ୍ଲକ ହାତୀଶିଳା ଗ୍ରାମର ବ୍ୟବସାୟୀ ଭାବଗ୍ରାହୀ ପଣ୍ଡା (୫୪)ଙ୍କ ଅକାଳ ବିୟୋଗ ଘଟିଛି । ଗତକାଲି ରାତିରେ ସେ ଘରେ ଶୋଇଥିବାବେଳେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ସେ ଦୀର୍ଘବର୍ଷ ହେଲା ହାତିଶୀଳା ଛକରେ ସାଇକେଲ ଦୋକାନ କରି ବ୍ୟବସାୟ କରୁଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ମା ଦୌପଦୀ ପଣ୍ଡା, କକା ଚିନ୍ତାମଣୀ ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ଭାଇ ଶଙ୍କର୍ଷଣ ପଣ୍ଡା, ମହେଶ୍ୱର ପଣ୍ଡା, କିଶୋର ପଣ୍ଡା, ଜଗବନ୍ଧୁ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ପଣ୍ଡା, ନୀଳଚକ୍ର ପାଣିଗ୍ରାହୀ, ନୀଳାଦ୍ରୀ ପାଣିଗ୍ରାହୀ, ପୁଅ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ମଧୁସୁଦନ ଦାଶ, ରାବିନ୍ଦ୍ର ପାଢ଼ୀ, ପୁର୍ଣ୍ଣଚନ୍ଦ୍ର ହୋତା, ନରହରି ପାଣିଗ୍ରାହୀ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର କର, ଶରତ, ଜୟୀ, ରଞ୍ଜନ ଭୁୟାଁ, ସୁଧାଶୁଂ ଭୁୟାଁ, ବସନ୍ତ ଭୁୟାଁ, ମାଧବ ଚନ୍ଦ୍ର ନାୟକ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅଜୟ ବେହେରା, ମନୋଜ ବେହେରା, ସରୋଜ ବେହେରା, ସୁନିଲ ବେହେରା, ସନ୍ତ ଭୁୟାଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରିବାପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାିଥିଲା । ପୁଅ ସୌମ୍ୟ ରଞ୍ଜନ ମୁଖାଗ୍ନି ଦେଇଥିବାବେଳେ ଗାଁର ଅନେକ ଲୋକ ଓ ବନ୍ଧୁପରିଜନ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.