Home ଓଡ଼ିଶା ଗିରିହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

ଗିରିହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ

241

ନୟାଗଡ/୧୪/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ହିନ୍ଦୁ ନବବର୍ଷ ମହାବିଷୁବ ସଂକ୍ରାନ୍ତି ତଥା ପଣାସଂକ୍ରାନ୍ତି କୁ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ରଣପୁର ମଣିନାଗପାହାଡ ପାଦଦେଶରେ ଥିବା ବାଘଖୋଲ ନିକଟରେ ଥିବା ଗିରିହନୁମାନ ମନ୍ଦିରରେ ୩ଦିନ ବ୍ୟାପି କଳସ ଯାତ୍ରା ସହ ଏକ କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଥିଲା । ଗିରିହନୁମାନ ପୀଠରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେଇଯାଇଅଛି ।

ପଣ୍ଡିତ ଗୋଦାବରୀଶ ଶତପଥୀ ଆଚାର୍ଯ୍ୟ ଭାବେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ମନୋରଂଜନ ଷଡଙ୍ଗୀ ସମେତ ସମସ୍ତ ଗିରିହନୁମାନ କମିଟି ଏଥିରେ ସହଯୋଗ କରିଥିଲେ । ସେଇଭଳି ଭାବରେ ଲତାର ଦକ୍ଷିଣମୁଖା ହନୁମାନ ,କରଡାପଲି ଦକ୍ଷିଣମୁଖା ହନୁମାନ,ରଣପୁର ରଘୁନାଥ ମନ୍ଦିର,ବୃନ୍ଦାବନପୁର ଓ ବ୍ରଜସୁନ୍ଦରପୁର ହନୁମାନ ,ମଧୁପୁର ମହାବୀର ମନ୍ଦିର ଆଦି ସମସ୍ତ ହନୁମାନ ପୀଠରେ ଏହି ଜୟନ୍ତୀ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.