Home ଓଡ଼ିଶା କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରେଟିଭ ସୋସାଇଟିର ପଞ୍ଚମ ଥର ପାଇଁ ସଭାପତି ହେଲେ ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରେଟିଭ ସୋସାଇଟିର ପଞ୍ଚମ ଥର ପାଇଁ ସଭାପତି ହେଲେ ପ୍ରମୋଦ ସାହୁ

51

କେନ୍ଦ୍ରାପଡ଼ା, ୨୨ା୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା କ୍ରେଡିଟ କୋପରେଟିଭ ସୋସାଇଟ୍‌ର ସଭାପତି ଭାବେ ୫ମ ଥର ପାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ବିଶିଷ୍ଟ ସମବାୟବୀତ ତଥା ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ। ଶ୍ରୀ ସାହୁ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୧୫ଟି ଜୋନରେ ଗଠିତ ଏହି ସମିତିର ନିର୍ବାଚନର ୨ଟି ଜୋନରେ ମହିଳା, ୨ଟି ଅସଂରକ୍ଷିତ ଓ ଗୋଟିଏ ଅନୁସୂଚିତ ଜାତି ବର୍ଗ ଏବଂ ଅବଶିଷ୍ଟ ୧୦ଟି ଜୋନରେ ପଛୁଆବର୍ଗର ନିର୍ଦେଶକମାନେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରୁଛନ୍ତି। ଏହି ନିର୍ବାଚନରେ ୧ ଲକ୍ଷ ୩୩ ହଜାର ୬୧୧ ସଦସ୍ୟ/ସଦସ୍ୟାମାନେ ମତଦାନ କରିଥିଲେ। ଏହି ସମିତିର କାର୍ଯ୍ୟ ପରିସୀମା କେନ୍ଦ୍ରାପଡା ଜିଲ୍ଲା ସମେତ ପଡୋଶୀ କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ସୀମିତ ଥିବା ବେଳେ ସେହି ଜିଲ୍ଲା ଗୁଡିକର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କ ଅର୍ଥନୈତିକ ମାନଦଣ୍ଡରେ ବିକାଶ ଆଣିଥିବାରୁ ଶ୍ରୀ ସାହୁ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିର ସଭାପତି ଭାବେ ପଞ୍ଚମ ଥର ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ସମୟରେ ସମିତିର ସମସ୍ତ ନିର୍ଦେଶକ ଅକ୍ଷୟ ଦାଶ, ଦିଲ୍ଲୀପ ପାତ୍ର, ସୁଶାନ୍ତ ମହାରଣା ଦିଲ୍ଲୀପ ରାଉତ, ପ୍ରଫୁଲ୍ଲ ମିସ୍ତ୍ରୀ, କୈଳାଶ ବେହେରା, ବହ୍ଲଭ ନନ୍ଦୀ, ଅମିତାଭ ସାହୁ, ଅନୁସୟା ସାମଲ, ପ୍ରଭାତୀ ଲେଙ୍କା, ସେକ ରିଆଜତ, ଗୀତାଞ୍ଜଳି ସାହୁ, ସାବନା ପରୱିନ ଓ ଜିତେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାହୁ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରେ ଖୁସୀର ଲହରୀ ଖେଳି ଯାଇଛି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି। ସମିତିର ସମସ୍ତ କର୍ମଚାରୀ ଓ ଏଜେଣ୍ଟମାନେ ସଭାପତି ଓ ନିର୍ଦେଶକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସମିତିର ସମ୍ପାଦକ ପ୍ରହ୍ଲାଦ ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ସାଧାରଣ ପରିଚାଳକ ମନୋଜ ସାହୁ, ମୁଖ୍ୟ ଶାଖାର ବରିଷ୍ଠ ପରିଚାଳକ ରମେଶ ସେଠୀଙ୍କ ସମେତ ବିଭିନ୍ନ ଶାଖାର ପରିଚାଳକ, କର୍ମଚାରୀ ଓ ଏଜେଣ୍ଟମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନିର୍ଦେଶକ ଆଡଭୋକେଟ ସୂର୍ଯ୍ୟ ରଞ୍ଜନ ରାଉଳ, କୃଷକ ବିକାଶ ସମବାୟ ସମିତିର ନିର୍ଦେଶକ ଅଭୟ ସାମଲ, ପାର୍ବତୀ ନାୟକ, ଧର୍ମପଦ ମହାରଣା, ମହେଶ୍ୱର ଜେନା ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରାପଡା ପୈାରସଂସ୍ଥାର କାଉନସିଲର ଅସୀମା ନାୟକ, ସମାଜସେବୀ ଦିଲ୍ଲୀପ ଦାଶ ଓ ଅବଦୁଲ ସତ୍ତାର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.