Home ଓଡ଼ିଶା କେନ୍ଦ୍ରାପଡ଼ା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ – ଜେଲ ବିଭାଗ ଡିଆଜିଙ୍କ କେନ୍ଦ୍ରାପଡା...

କେନ୍ଦ୍ରାପଡ଼ା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ – ଜେଲ ବିଭାଗ ଡିଆଜିଙ୍କ କେନ୍ଦ୍ରାପଡା ଜେଲ ପରିଦର୍ଶନ

31

କେନ୍ଦ୍ରାପଡ଼ା, ୧୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦିମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ଅନଶନରେ ବସିରହିଥିବା ସୂଚନା ମିଳିଛି। ସେହି ଜେଲରେ ଥିବା କଏଦିମାନଙ୍କୁ ନିମ୍ନମାନର ଓ ଆବଶ୍ୟକ ପରିମାଣ ଠାରୁ କମ୍ ପରିମାଣର ଖାଦ୍ୟ ଜେଲ ପକ୍ଷରୁ ପ୍ରଦାନ କରାଯାଉଥିବା କଏଦିମାନେ ଅଭିଯୋଗ କରି ବୁଧବାର ସକାଳୁ ଉପକାରାଗାର ଭିତରେ ଅନଶନରେ ବସିରହିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ଖବର ପାଇ ଜେଲ ବିଭାଗ ଡିଆଇଜି କୁଳମଣୀ ବେହେରା କେନ୍ଦ୍ରାପଡା ଉପକାରାଗାରରେ ପହଞ୍ଚି କଏଦିମାନଙ୍କୁ ବୁଝାଶୁଝା କରିଥିଲେବି କଏଦିମାନେ ସେମାନଙ୍କ ଜିଦରେ ଅଟଳ ରହିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଡିଆଇଜି ଶ୍ରୀ ବେହେରା ଓ ଜେଲ ଅଧିକ୍ଷକ ଶଶିକାନ୍ତ ମାହାଲିକ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି। ଏ ସମ୍ପର୍କରେ କେନ୍ଦ୍ରାପଡା ଉପକାରାଗାରର ଅଧିକ୍ଷକ ଶଶିକାନ୍ତ ମାହାଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ସେ ଫୋନ ରିସିଭ କରିନଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କଏଦିମାନେ ଅନଶନରେ ବସି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.