Home ଓଡ଼ିଶା ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତୃଷ୍ଟିକରଣର ରାଜନୀତିକୁ ଶେଷ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କଲେ...

ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତୃଷ୍ଟିକରଣର ରାଜନୀତିକୁ ଶେଷ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

69

ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ

– ଯାଦବପୁରର କୋର୍ କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ପ୍ରଭାରୀ, ମଣ୍ଡଳ ସଭାପତିଙ୍କୁ ଭେଟିଲେ
– ଯୁବପିଢି ଏବଂ ସୋସିଆଲ ମିଡ଼ିଆ ସ୍ୱେଚ୍ଛାସେବୀ ମାନଙ୍କ ସହ ଆଲୋଚନା
– ପଶ୍ଚିମବଙ୍ଗରେ ନିଜସ୍ୱ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ସମୀକ୍ଷା
– ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନେଇ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ କଲେ ଆଲୋଚନା
– ମୋଦି ସରକାର ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଲେ

ଯାଦବପୁର, ଅଗଷ୍ଟ ୧୭ (ଓଡ଼ିଆ ପୁଅ) – ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଯାଦବପୁର ସଂସଦୀୟ ନିର୍ବାଚନ ମଣ୍ଡଳି ଗସ୍ତ କରିବା ଅବସରରେ ରାଜ୍ୟରେ ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତୃଷ୍ଟିକରଣର ରାଜନୀତିକୁ ଶେଷ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଯାଦବପୁର ଲୋକସଭାର କୋର୍ କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ପ୍ରଭାରୀ ଏବଂ ଯାଦବପୁରର ମଣ୍ଡଳ ସଭାପତିଙ୍କ ସହ ସାକ୍ଷାତ୍ କରିଛନ୍ତି। ସେ କହିଛନ୍ତି, ବୁଥ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା, ସାମାଜର ସେବା କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଏଜେଣ୍ଡାକୁ ଘରେ ଘରେ ପହଞ୍ଚାଇବାରେ କାର୍ଯ୍ୟକର୍ତ୍ତାଙ୍କ ପ୍ରତିବଦ୍ଧତା ପ୍ରଶଂସନୀୟ। ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ଆହ୍ୱାନ କରିବା ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁନାର ବଙ୍ଗଳା କଳ୍ପନାକୁ ସାକାର କରିବା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାକୁ ହେଲେ କାର୍ଯ୍ୟକର୍ତ୍ତାମାନଙ୍କୁ ନିଜ କର୍ତ୍ତବ୍ୟକୁ ମନେ ରଖିବାକୁ ହେବ। ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବା ଦିଗରେ ଅଗ୍ରସର ହେଉଥିବା ବେଳେ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଏବଂ ତୃଷ୍ଟିକରଣର ରାଜନୀତି ପାଇଁ ଏଠାରେ ସ୍ଥାନ ନାହିଁ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାଦପୁର ଲୋକସଭା ନିର୍ବାଚନ ମଣ୍ଡଳିର ଯୁବଶକ୍ତି ଏବଂ ସୋସିଆଲ ମିଡ଼ିଆ ସ୍ୱେଚ୍ଛାସେବୀ ମାନଙ୍କୁ ସାକ୍ଷାତ୍ କରିଛନ୍ତି। ଅମୃତ କାଳରେ ଭାରତକୁ ଆଗକୁ ନେବା, ନାଗରିକଙ୍କ ସହ ଅଧିକରୁ ଅଧିକ ସମ୍ପର୍କ ସ୍ଥାପନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ସଚେତନତା ସୃଷ୍ଟି କରିବା ଉପରେ ସେମାନଙ୍କର ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଯୁବକମାନେ ଅଛନ୍ତି। ଦେଶର ଯୁବକ ମାନେ ବିଶେଷ ଭାବରେ ପଶ୍ଚିମବଙ୍ଗର ଯୁବଶକ୍ତି ଏକ ବଡ଼ ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତକୁ ଏକବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ପଶ୍ଚିମବଙ୍ଗର ୨୪ ସାଉଥ ପରଗନା ଜିଲ୍ଲାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା କରିଥିଲେ। ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଏହି ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଦକ୍ଷତା ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଏବଂ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନେଇ ଆଲୋଚନା କରିଥିଲେ। ଏହାବ୍ୟତିତ କୋଲକାତାର ସୋନାରପୁର ଦକ୍ଷୀଣ ଠାରେ ଭାରତ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.