Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର କୃତୀ ଛାତ୍ରୀ ମାନେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର କୃତୀ ଛାତ୍ରୀ ମାନେ

34

ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଏହି ଛାତ୍ରୀ ମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା। ଏମାନେ ସମସ୍ତେ ଭୁବନେଶ୍ବରସ୍ଥିତ ମଦରସ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀ। ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ପଚାରି ବୁଝିଥିଲେ। ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ, ସ୍ବୟଂଶ୍ରୀ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ବୋଲି କହିଥିଲେ। ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଚାହାଁନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

ସ୍କୁଲର ପ୍ରିନସିପାଲ ଓ ଭାଇସ ପ୍ରିନସିପାଲ ମଧ୍ୟ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.