Home କେନ୍ଦ୍ରାପଡ଼ା କୃଷକ ବିକାଶ ପରିଷଦ ପକ୍ଷରୁ ବାତ୍ୟା ଜୱାଦରେ ଧାନ ଓ ପରିବାଚାଷର କ୍ଷୟକ୍ଷତି ଆକଳନ ପାଇଁ...

କୃଷକ ବିକାଶ ପରିଷଦ ପକ୍ଷରୁ ବାତ୍ୟା ଜୱାଦରେ ଧାନ ଓ ପରିବାଚାଷର କ୍ଷୟକ୍ଷତି ଆକଳନ ପାଇଁ ଦାବି

25

କେନ୍ଦ୍ରାପଡ଼ା, ୧୦ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କୃଷକ ବିକାଶ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଗତ ଲଘୁଚାପ ଜନିତ ବାତ୍ୟା ଜୱାଦରେ ଧାନ ଓ ପରିବା ଚାଷର ତୁରନ୍ତ କ୍ଷତିକ୍ଷତିର ଆକଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବାତ୍ୟା ଜୱାଦରେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଶାରଦ ଧାନ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗତ ୪ତାରିଖରୁ ଅଦ୍ୟାବଧି ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ୩ଫୁଟରୁ ଅଧିକ ବର୍ଷା ପାଣି ଜମା ହୋଇ ରହିବା ଫଳରେ ଧାନ ଗଜା ହୋଇ ଗଲାଣି। ଏଭଳି ଦୁଃସମୟରେ ଚାଷୀଙ୍କ ପାଖରେ ପ୍ରଶାସନ ଓ ସରକାର ପହଞ୍ଚିବା ସହ ସେମାନଙ୍କୁ ଆଶ୍ୱାସନା ଦେବା ଉଚିତ ନଚେତ ଋଣ ଭାରରେ ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ଉପୁଜିପାରେ ବୋଲି ପରିଷଦ କହିଛି। ଏଣୁ ବାତ୍ୟା ଜୱାଦ କ୍ଷତିଗ୍ରସ୍ତ ଧାନ ଓ ପରିବାଚାଷୀଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ପରିଷଦ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି। ନଚେତ କୃଷକ ବିକାଶ ପରିଷଦ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ପରିଷଦ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ବିଜୟ ପରିଡା, ଶାରଦା ପ୍ରସାଦ ମିଶ୍ର, ନାରାୟଣ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ଭଦ୍ର, ଶରତ ଚନ୍ଦ୍ର ମଲ୍ଲିକ, ମୂରଲୀଧର ତ୍ରିପାଠୀ, ହିମାଦ୍ରୀ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.