Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଭାରତୀୟ ମାନବଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟିତ

କେନ୍ଦ୍ରାପଡା ଭାରତୀୟ ମାନବଧିକାର ପରିଷଦର କାର୍ଯ୍ୟାଳୟ ଉଦଘାଟିତ

39

କେନ୍ଦ୍ରାପଡା, ୧୬/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଭାରତୀୟ ମାନବଧିକାର ପରିଷଦର କେନ୍ଦ୍ରାପଡା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ମହାକାଳପଡା ବ୍ଲକ ଅନ୍ତର୍ଗତ ତେରଗାଁ ପଂଚାୟତର ଓସ୍ତର ଠାରେ ଭାରତୀୟ ମାନବଧିକାର ପରିଷଦର କାର୍ଯ୍ୟାଳୟକୁ ଜାତୀୟ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ପରିଷଦର ଜିଲ୍ଲା ସଭାପତି ନିରାକାର ମହାରଣା ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ମହାକାଳପଡା ବ୍ଲକ ସଭାପତି ଚିତ୍ତରଞ୍ଜନ ତରାଇ ଓ ସମ୍ପାଦକ ଫକିର ବେହେରାଙ୍କ ନେତୃତ୍ୱରେ ୧୫୦ଜଣ ସଦସ୍ୟ କୋଭିଡ ନିୟମ ପାଳନ ପୂର୍ବକ ଗରୀବ ଓ ଅବହେଳିତ ଲୋକମାନେ କିପରି ନ୍ୟାୟ ପାଇପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହି ସଦସ୍ୟମାନଙ୍କୁ ସେମାନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ଜାତୀୟ ସଭାପତି ଶ୍ରୀ ସାହୁ ଉପସ୍ଥିତ ସଦସ୍ୟମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପ୍ରଥମେ ଆମେ ନିର୍ଭିକ ଓ ସଚ୍ଚୋଟତା ସହିତ କାର୍ଯ୍ୟ କରିବା ଉଚିତ। ଜିଲ୍ଲା ସଭାପତି ଶ୍ରୀ ମହାରଣା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ମାନବଧିକାର କର୍ମୀମାନେ ଦୁର୍ନିତୀ ବିରୋଧରେ ଲଢୁଛନ୍ତି ଓ ଆଗାମି ଦିନରେ ମଧ୍ୟ ଏହି ଲଢେଇ ଜାରିରହିବ ବୋଲି କହିଥିଲେ। ଏହି ସଭାରେ ବିଭିନ୍ନ ପଂଚାୟତରୁ ଆସିଥିବା ମାନବଧିକାର କର୍ମୀଙ୍କ ମଧ୍ୟରେ ମନରଞ୍ଜନ ନାୟକ, ଟହଲି ଲେଙ୍କା, ପ୍ରଶାନ୍ତ ତ୍ରିପାଠୀ, ମିତା ଦାସ, ଶସ୍ମିତା ଲେଙ୍କା, ପ୍ରଶାନ୍ତ ଯେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟ ଉପଦେଷ୍ଟା ସୈାମ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.