Home କେନ୍ଦ୍ରାପଡ଼ା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ୱେ ଡେରାବିଶି ତହସିଲଦାର ଜମି ଚିହ୍ନଟ ନକରିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ୱେ ଡେରାବିଶି ତହସିଲଦାର ଜମି ଚିହ୍ନଟ ନକରିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

43

କେନ୍ଦ୍ରାପଡା, ୧୬/୧୧ (ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ) – ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ୱେ ଡେରାବିଶି ତହସିଲଦାର ଜମି ଚିହ୍ନଟ କରୁନଥିବାରୁ ତାହାର ପ୍ରତିବାଦରେ ଏକ ପରିବାର ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାଇ ଡେରାବିଶି ତହସିଲ ଅନ୍ତର୍ଗତ ବସୁପୁର ଗ୍ରାମର ପଦ୍ମଚରଣ ବାରିକଙ୍କ ପୁଅ ନାରାୟଣ ବାରିକ ଅଭିଯୋଗ କରିଛନ୍ତି ଯେ ବସୁପୁର ମୈାଜାର ଖାତା ନମ୍ବର -୩୫୩ ଓ ପ୍ଲଟ ନମ୍ବର – ୧୩୬ ଘରବାରି ଜମିକୁ ଚିହ୍ନଟ କରିବା ପାଇଁ ନାରାୟଣ ଗତ ୨୦୧୮ ମସିହା ଜୁନମାସ ୨୮ତାରିଖରେ ଡେରାବିଶି ତହସିଲରେ ଦରଖାସ୍ତ ଦାଖଲ କରିବା ସହ ୟୁଜର ଫିସ ଦେଇ ରସିଦ ହାସଲ କରିଥିଲେ। କିନ୍ତୁ ତହସିଲ ପକ୍ଷରୁ ସେହି ଜମିକୁ ଚିହ୍ନଟ କରାନଯିବାରୁ ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଥିଲେ। ଗତ ୨୦୧୯ମସିହା ସେପ୍ଟେମ୍ବରମାସ ୨୪ତାରିଖରେ ଉଚ୍ଚ ନ୍ୟାୟାଳୟ ଡେରାବିଶି ତହସିଲଦାରଙ୍କୁ ୬ମାସ ମଧ୍ୟରେ ସେହି ଜମି ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଡେରାବିଶି ତହସିଲଦାର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମଧ୍ୟ ମାନିଲେ ନାହିଁ। ଯଦ୍ୱାରାକି ନାରାୟଣ ପୁନର୍ବାର ଉଚ୍ଚ ନ୍ୟାୟାଳୟରେ ଡେରାବିଶି ତହସିଲଦାରଙ୍କ ବିରୋଧରେ କଂଟେମେଂଟ କେଶ ଦାୟରକରିଥିଲେ। ସେହିମାମଲାର ବିଚାର କରି ୪୫ଦିନ ମଧ୍ୟରେ ତାଙ୍କ ଜମିକୁ ଡେରାବିଶି ତହସିଲଦାର ଚିହ୍ନଟ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେବି ତାହା କାର୍ଯ୍ୟକାରୀ ହେଲାନାହିଁ। ତେଣୁ ନାରାୟଣ ଏସମ୍ପର୍କରେ ଗତ ଅକ୍ଟୋବରମାସ ୧୩ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଜିଲ୍ଲାପାଳ ତହସିଲଦାରଙ୍କୁ ଏକ ଜରୁରୀ ଆଦେଶରେ ଜମି ଚିହ୍ନଟ କରିବାକୁ ନିର୍ଦେଶ ଦେଲେ। କିନ୍ତୁ ଏସବୁ ପରେବି ନାରାୟଣଙ୍କ ଜମି ଚିହ୍ନଟ ନହେବାରୁ ସେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହେଲେ। ଜମି ଚିହ୍ନଟ ନହେବାରୁ ନାରାୟଣଙ୍କୁ ସରକାରଙ୍କ ପକ୍କାଗୃହ ଯୋଜନାରେ ମିଳିଥିବା କାର୍ଯ୍ୟାଦ୍ଦେଶ ଓ ଅର୍ଥ ଯୋରିମାନା ସହ ଫେରସ୍ତ କରିବାକୁ ପଡିବ ଏବଂ ସେ ବହୁ ଅସୁବିଧାର ସମ୍ମୁଖିନ ହେବେ ବୋଲି କହିଛନ୍ତି। ତହସିଲଦାରଙ୍କ ଭଳି ଜଣେ ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ ଯଦି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଏଭଳି ଭାବରେ ବେଖାତିର କରି ଜଣେ ଗରିବ ଅସହାୟ ଲୋକକୁ ହଇରାଣ କରନ୍ତି ତେବେ ସାଧାରଣ ନ୍ୟାୟ ପ୍ରଦାନ ବ୍ୟବସ୍ଥା କିଭଳି ଜିଲ୍ଲାରେ ଚାଲିଛି ତାହା ସହଜରେ ଅନୁମେୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.