Home ଜିଲ୍ଲା ପରିକ୍ରମା ‘ସଖା ସେବା ସଂଘ’ପକ୍ଷରୁ ମଦର ଟେରସା ଚ୍ୟାରିଟି ହୋମରେ ଦୀପାବଳି

‘ସଖା ସେବା ସଂଘ’ପକ୍ଷରୁ ମଦର ଟେରସା ଚ୍ୟାରିଟି ହୋମରେ ଦୀପାବଳି

47

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ସଖା ସେବା ସଂଘ’ ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ପାଳିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ଥାନୀୟ ‘ମଦର ଟେରସା ଚ୍ୟାରିଟି ହୋମ୍‌’ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନଙ୍କ ସହ ମିଶି ଦୀପାବଳି ପାଳନ କରିଥିଲେ। ଯୁବ ସମାଜସେବୀ ସଲିମ୍ ରାଜା ଏଥିରେ ଯୋଗଦେଇ ଚ୍ୟାରିଟି ହୋମରେ ରହୁଥିବା ବରିଷ୍ଠ ନାଗରିକ ଓ ଅନାଥ ଶିଶୁଙ୍କ ସହ ଦୀପ ଓ ରୋଷଣୀ ଜାଳିଥିଲେ। ସାମ୍ପ୍ରତିକ ସ୍ଥିତିରେ ମହାମାରୀ କରୋନାରୁ ବର୍ତ୍ତିବା ସମ୍ପର୍କରେ ସେ ସମସ୍ତଙ୍କୁ ସଚେତନ କରିଥିଲେ। ସଂଗଠନର ସଭାପତି ସନ୍ୟାସୀ ମହାର୍ଣ୍ଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମସ୍ତ କାର୍ଯ୍ୟକୁ ସମ୍ପାଦକ ସ୍ୱସ୍ତିକ କୁମାର ନାୟକଙ୍କ ସମେତ ସୁବ୍ରତ କୁମାର ସାହୁ, ସଂଗ୍ରାମ କୁମାର ଶତପଥୀ, ସୁଶୋଭନ ରଣା, ସ୍ୱୟଂସିଦ୍ଧା ଦାସ, ପ୍ରତିଭା ନଳିନୀ ଜେନା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.