Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା କଲେଜର ସାମଗ୍ରିକ ବିକାଶ ପାଇଁ ନୂତନ ପରିଚାଳନା ସମିତିର ସଙ୍କଳ୍ପ

କେନ୍ଦ୍ରାପଡା କଲେଜର ସାମଗ୍ରିକ ବିକାଶ ପାଇଁ ନୂତନ ପରିଚାଳନା ସମିତିର ସଙ୍କଳ୍ପ

76

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ଗଠିତ ପରିଚାଳନା ସମିତିର ପ୍ରଥମ ବୈଠକ ବୁଧବାର ସଭାପତି ଡା. ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଦିନରେ ଏହାର ଶୈକ୍ଷିକ ଓ ଭିତ୍ତିଭୂମିର ବିକାଶ ସହ ସାମଗ୍ରିକ ମାନବୃଦ୍ଧି ପାଇଁ ପଦକ୍ଷେପ ନେବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି। ସଭା ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ତଥା ପରିଚାଳନା ସମିତିର ସମ୍ପାଦକ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କଲେଜର ସ୍ଥିତି, ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ନବଗଠିତ ସମିତିର ସଭ୍ୟସଭ୍ୟାଙ୍କୁ ସ୍ୱାଗତ କରିଥିଲେ। ଚଳିତମାସ ୧୭ ଓ ୧୮ତାରିଖରେ ସ୍ୱୟଂ ଶାସନ ପରିଦର୍ଶନ ପାଇଁ ଆସୁଥିବା ୟୁଜିସି କମିଟିର ପରିଦର୍ଶନ ପାଇଁ ଆବଶ୍ୟକ ବ୍ୟୟ ବରାଦ ସହ ପଦକ୍ଷେପମାନ ଏହି ବୈଠକରେ ଗ୍ରହଣ କରାଯାଇଛି। ସ୍ୱୟଂଶାସନ ପରିଦର୍ଶନ ପରେ ପରେ ନାକ୍ ପରିଦର୍ଶନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଏହା ବ୍ୟତିତ ଆଗାମୀ ଦିନରେ ଜମି ସମସ୍ୟା ଓ ସାମଗ୍ରିକ ବିକାଶ ପାଇଁ ବିହିତ ପଦକ୍ଷେପ ନେବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ଏହି ବୈଠକରେ ପରିଚାଳନା ସମିତି ସଭ୍ୟ ଅଧ୍ୟାପକ ଦୁର‌୍ୟ୍ୟୋଧନ ପରିଡା, ଡଃ. ଅପର୍ଣ୍ଣା ମହାନ୍ତି, ଅଧ୍ୟାପକ ଅଜୟ ସାମଲ, ଡଃ. ରାଜଗୋପାଳ ମହାନ୍ତି, ଡଃ. ସେଖ ସମସୁର, ଡଃ. ସଞ୍ଜୀବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡଃ. ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.