Home କେନ୍ଦ୍ରାପଡ଼ା ଟିପିସିଓଡିଏଲ ପକ୍ଷରୁ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ

ଟିପିସିଓଡିଏଲ ପକ୍ଷରୁ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ

94

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟିପିସିଓଡିଏଲ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ ଦାଶଙ୍କ ତତ୍ୱାବଧାନରେ ବୁଧବାର ଟିପିସିଓଡିଏଲ ପ୍ରବର୍ତ୍ତନ ବିଭାଗ ସହାୟତାରେ ଡିଭିଜନର ବିଭିନ୍ନ ଅଞ୍ଚଳରେ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ କରାଯାଇଛି। ଏହି ଚଢାଉରେ ୫୧୦ଟି ଗୃହ ଓ ଅନୁଷ୍ଠାନକୁ ତଦାରଖ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮୦ଟି ବିଦ୍ୟୁତ ଚୋରୀ ଧରାଯାଇ ଅନ୍ୟୁନ୍ୟ ୧୮୯ କିଲୋୱାଟ ଲୋଡ ବିଦ୍ୟୁତ ଧାରା ୧୩୫- ୨୦୦୩ରେ ପଞ୍ଜିକରଣ କରାଯାଇଛି। ୨୦ଟି ବେଆଇନ ବିଦ୍ୟୁତ ସଂଯୋଗ ତତ୍‌କ୍ଷଣାତ ବିଛିନ୍ନ କରାଯାଇଛି। ଏହି ଅଭିଯାନରେ ଧାରା ୧୨୬-୨୦୦୩ରେ ୨୩ଜଣ ବିଦ୍ୟୁତ ଗ୍ରାହକଙ୍କୁ ପଞ୍ଜିକରଣ କରାଯାଇଥିଲା। ଏତଦବ୍ୟତିତ ସହରର ଅଯୋଦ୍ଧାନଗର ଗ୍ରାମରେ ୭ଜଣଙ୍କୁ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି। ସାଧୁତାର ସହ ବିଦ୍ୟୁତ ବ୍ୟବହାର କରିବାକୁ ଏହି ଅଭିଯାନ ମାଧ୍ୟମରେ ସମସ୍ତ ଗ୍ରାହକଙ୍କୁ ନିବେଦନ କରାଯାଇଛି। ଆଖପାଖର ବିଦ୍ୟୁତ ଚୋରୀ ସମ୍ପର୍କରେ ବିଭାଗର ମୋବାଇଲ ନମ୍ବର- ୯୪୩୭୧୫୮୬୭୦ରେ ସୂଚନା ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ଏହି ଚଢାଉ କେନ୍ଦ୍ରାପଡା ଟିପିସିଓଡିଏଲ ସବଡିଭିଜନ ଓ ସମସ୍ତ ସେକ୍ସନର ଅଧିକାରୀମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.