Home କେନ୍ଦ୍ରାପଡ଼ା ଅମ୍ଳାନ ପ୍ରତିଭା ଭାଗବତ ପ୍ରସାଦ ମହାନ୍ତିଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ

ଅମ୍ଳାନ ପ୍ରତିଭା ଭାଗବତ ପ୍ରସାଦ ମହାନ୍ତିଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ

8

କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜନମାନସର ନେତା ତଥା ଓଡିଶାର ଅମ୍ଳାନ ପ୍ରତିଭା ଯସ୍ୱଶୀ ରାଜନେତା ଭାବଗତ ପ୍ରସାଦ ମହାନ୍ତିଙ୍କ ୨ୟ ବାର୍ଷିକୀ ଶ୍ରାଦ୍ଧୋତ୍ସବ ସ୍ୱର୍ଗତ ମହାନ୍ତିଙ୍କ କାକଟସ୍ଥିତ ବାସଭବନରେ ଭାଗବତ ପ୍ରସାଦ ମହାନ୍ତି ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ସ୍ୱର୍ଗତ ମହାନ୍ତି ଥିଲେ ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା। କେନ୍ଦ୍ରାପଡାରେ ଅର୍ବାନ ବ୍ୟାଙ୍କ ପ୍ରତିଷ୍ଠା, ଆଇନ କଲେଜ ପ୍ରତିଷ୍ଠା, ସରକାରୀ ବିଜ୍ଞାନ କଲେଜ, ବାଇପାସ ରାସ୍ତା, ସାତଭଉଣୀ ପୋଲ ଓ ଗଣ୍ଡାକିଆ ପୋଲ ନିର୍ମାଣ, ତିନିମୁହାଣୀରେ ମାର୍କେଟ କମ୍ପେ୍ଲକ୍ସ ଗୃହ ନିର୍ମାଣ, କଜଳାରେ ସ୍ୱର୍ଗଦ୍ୱାର ନିର୍ମାଣ ପ୍ରଭୃତି ତାଙ୍କର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ। ଗୋଟିଏ ଶଦ୍ଦରେ କହିବାକୁ ଗଲେ ଭାଗବତବାବୁ କେନ୍ଦ୍ରାପଡାର ବିକାଶ ପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦ୍ରାପଡା ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସ୍ମୃତି କମିଟି ସଭାପତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ସମ୍ପାଦକ ସୁଶିଲ କୁମାର ସାମଲ ଅତିଥି ପରିଚୟ ସହ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଉପଲକ୍ଷେ ସକାଳ ୮ଟା ସମୟରେ ଗୋବରୀ ନଦୀର ଶନିଘାଟରେ ଗୋପାଳ କୃଷ୍ଣ ଜେନାଙ୍କ ସହଯୋଗରେ ତିଳତର୍ପଣ କରାଯାଇଥିଲା। ଏଥିରେ ସ୍ୱର୍ଗତ ମହାନ୍ତିଙ୍କ ଜ୍ୟେଷ୍ଟପୁତ୍ର ଗୁରୁ ପ୍ରସାଦ ମହାନ୍ତି, ପୁତ୍ରବଧୁ ଗାୟତ୍ରୀ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ତିଳତର୍ପଣ କରିଥିଲେ। ସକାଳ ୯ଟା ସମୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ବିମ୍ବାଧର ମୁଦୁଲି ଓ ପ୍ରାକ୍ତନ ବ୍ୟାଙ୍କ ପ୍ରଶାସକ ଗୁରୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ସମାଜସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ପ୍ରଶାସକ ଡଃ. ବିରଜା ପ୍ରସାଦ ରାଉତରାୟ ଓ ସୁଲେଖିକା ଡଃ. ଅପର୍ଣ୍ଣା ମହାନ୍ତିଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଭାଗବତ ପ୍ରସାଦ ମହାନ୍ତି ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ଅକ୍ଷୟ ସାମଲ, ଅଜୟ ରାଉତ, ଫକିର ଚରଣ ଖଟୁଆ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଈଶ୍ୱର ଚନ୍ଦ୍ର ସାହୁ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଡଃ. ବାସୁଦେବ ଦାସ, ପ୍ରଦିପ କୁମାର ଦାଶ, ଶରତ ଚନ୍ଦ୍ର ବେହୁରା, ବିଧୁ ଭୂଷଣ ମହାପାତ୍ର, ସର୍ବେଶ୍ୱର ସେଠୀ, ଗୋପାଳ ଚନ୍ଦ୍ର ମାହାଳିକ, ଗଣେଶ ମେକାପ, ଧରଣୀଧର ସୁଆର, ବିଚିତ୍ରାନନ୍ଦ ନାୟକ, ମନ୍ମଥନାଥ ରାଉତ, ପ୍ରଫୁଲ୍ଲ କୁମାର ଦାସ, ସିଦ୍ଧାର୍ଥ ଜେନା, ଚିତ୍ରସେନ ପରିଡା, ନାରାୟଣ ପରିଡା, ରମେଶ ଚନ୍ଦ୍ର ଦାସ, କୃଷ୍ଣ ତ୍ରିପାଠୀ, ରମାକାନ୍ତ ନାୟକ, ବିଦୁଲତା ପଲେଇ, ଆଦିକନ୍ଦ ରାଉଳ, ଉଦୟ ନାଥ ଚୈାଧୁରୀ, ସୁରେନ୍ଦ୍ର ଲେଙ୍କା, ଯଶମିନ ପରୱିନ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ ସୁଶିଲ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.