Home ଓଡ଼ିଶା କେନ୍ଦ୍ରାପଡା ଏସ୍ .ପି.ଙ୍କୁ ତୁରନ୍ତ ନିଲମ୍ବନ କରାଯାଉ – କଂଗ୍ରେସ

କେନ୍ଦ୍ରାପଡା ଏସ୍ .ପି.ଙ୍କୁ ତୁରନ୍ତ ନିଲମ୍ବନ କରାଯାଉ – କଂଗ୍ରେସ

143

ଭୁବନେଶ୍ୱର ତା ୧୮.୭ (ଓଡ଼ିଆ ପୁଅ) – ରାଜ୍ୟରେ ପ୍ରଶାସକମାନେ ଶାସନକୁ ହାତକୁ ନେଇ ଯିବାର ଆଉ ଏକ ନମୁନା ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଠାରେ ଦେଖିବାକୁ ମିଳିଛି। ଗତକାଲି ଓଡିଆ News 18 ର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସ୍ .ପି. ସର୍ବ ସମ୍ମୁଖରେ ଯେଭଳି ଆଚରଣ ପ୍ରଦର୍ଶନ କଲେ, ଏହା ଉପରେ ରାଜ୍ୟ କଂଗ୍ରେସ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଘଟଣାର ନିନ୍ଦା କରିବା ସହ ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟରେ “କୀଚକ ବାହୁବଳେ ବିରାଟ ରାଜା” ହୋଇଥିବାର ଉଦାହରଣ ସୃଷ୍ଟି ହୋଇଛି। ରାଜ୍ୟରେ ଏକ ଅଥର୍ବ ସରକାରର ସୁଯୋଗ ନେଇ ପ୍ରଶାସକମାନେ ଶାସନକୁ ହାତମୁଠାକୁ ନେବା ଗଣତନ୍ତ୍ର ପାଇଁ ବିପଦ। ସଂପୃକ୍ତ ଏସ୍ .ପି.ଙ୍କୁ ତୁରନ୍ତ ନିଲମ୍ବନ କରି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ଜ୍ଞାନେନ୍ଦ୍ର ଦୃଢ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.