Home ଓଡ଼ିଶା କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅମ୍ରିତ ଋତୁରାଜ

କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ ଅମ୍ରିତ ଋତୁରାଜ

37

କେନ୍ଦ୍ରାପଡା, ୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) – ନୂତନ ଜିଲ୍ଲାପାଳ ଭାବେ ଆଜି ସନ୍ଧ୍ୟାରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅମ୍ରୁତ ଋତୁରାଜ। ଶ୍ରୀ ଋତୁରାଜ ହେଉଛନ୍ତି କେନ୍ଦ୍ରାପଡାର ୪୭ତମ ଜିଲ୍ଲାପାଳ। କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ପରେ ଜିଲ୍ଲାପାଳ ଶ୍ରୀ ଋତୁରାଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଯୋଗଦେବା ଅବସରରେ ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଯେଭଳି ସମାଜର ନିମ୍ନସ୍ତରରେ ଥିବା ଲୋକଟି ପାଖରେ ପହଁଚି ପାରିବ ସେଥିପ୍ରତି ସେ ପ୍ରାଧାନ୍ୟ ଦେବେ। ଏହି ଅବସରରେ ନୂତନ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.