Home ଜିଲ୍ଲା ପରିକ୍ରମା ଆନନ୍ଦପୁର ଗାଁ ରାସ୍ତାରେ ମ୍ୟାନ୍‌ହୋଲ୍ ଲୋକେ ହନ୍ତସନ୍ତ

ଆନନ୍ଦପୁର ଗାଁ ରାସ୍ତାରେ ମ୍ୟାନ୍‌ହୋଲ୍ ଲୋକେ ହନ୍ତସନ୍ତ

38

ନୟାଗଡ଼ ୦୮/୦୭(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ପ୍ରତି ଗାଁ କୁ ପକ୍କାରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ପ୍ରଶାସନିକ ସ୍ତରରେ କେଉଁଠି ଅବହେଳା ରହିଯାଉଛି କେଜାଣି ଏବେବି ବିପଦ ଶଙ୍କୁଳ ଅବସ୍ଥାରେ ଗାଁ ରାସ୍ତା। ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ହଂସରା ଗ୍ରାମପଞ୍ଚାୟତ ଆନନ୍ଦପୁର ଗ୍ରାମରେ। ଆନନ୍ଦପୁର ଗାଁମୁଣ୍ଡ ରାସ୍ତା ପଶ୍ଚିମ ପଟରେ ଥିବା କଲ୍‌ଭର୍ଟ ଟି ଦୀର୍ଘ ୨ ବର୍ଷହେଲା ଭାଙ୍ଗିଯାଇ ଏକ ମଣିଷ ଗର୍ତ ସୃଷ୍ଟି ହୋଇଥିଲେ ସୁଧା କୈାଣସି ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡୁନାହିଁ। ଯାହାଫଳରେ ଦୃର୍ଘଟଣା ଘଟୁଛି। ପଥଚାରୀଙ୍କ ଠାରୁ ଆରମ୍ଭ କରି ସାଇକେଲ, ବାଇକ୍ ଆରୋହୀ ମଣିଷ ଗର୍ତରେ ପଡି ଆହାତ ହେଉଛନ୍ତି।

ଏ ନେଇ ହଂସରା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ପ୍ରଧା ଙ୍କୁ ପଚାରିବାରେ କୁହନ୍ତି ଅନେକ ଦିନହେଲା ଗ୍ରାମବାସୀ ଓ ରାସ୍ତାରେ ଯାଉଥିବା ଲୋକମାନେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାଁନ୍ତି। ହଂସରା ଗ୍ରାମପଞ୍ଚାୟତ ସରପଞ୍ଚ ନରେନ୍ଦ୍ର ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସେହି କଲ୍‌ଭର୍ଟ କାର୍ଯ୍ୟ ହେବାପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। କିନ୍ତୁ କେତେ ଟଙ୍କା ବ୍ୟୟ ବରାଦ ହୋଇଛି ମୁଁ କହିପାରିବି ନାହିଁ। ତଥାପି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଖୁବଶୀଘ୍ର କଲ୍‌ଭର୍ଟ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.