Home ଓଡ଼ିଶା କେନ୍ଦୁଝର : ବୟସର ଅପରାହ୍ନରେ ପୁଅଝିଅ କରିଦେଲେ ପର : ଚିରା ଫଟା ଜରି ତଳେ...

କେନ୍ଦୁଝର : ବୟସର ଅପରାହ୍ନରେ ପୁଅଝିଅ କରିଦେଲେ ପର : ଚିରା ଫଟା ଜରି ତଳେ ବର୍ଷ ବର୍ଷ ଧରି ବିତୁଛି ଜୀବନ : ସରକାରୀ ଯୋଜନା ପାଲଟିଛି ସାତ ସପନ

723

କେନ୍ଦୁଝର, ୨୭ ନଭମ୍ବେର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗରୀବଙ୍କ ପାଇଁ ସରକାରଙ୍କର ଯୋଜନା ସବୁ ଆଜି କେନ୍ଦୁଝର ଜିଲ୍ଲାରେ ବାଟବଣା ହୋଇପଡିଛି। ଗରୀବ ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। କିନ୍ତୁ ସେ ସବୁ ଯେ ପ୍ରକୃତ ହିତାଧିକାରୀଙ୍କ ଠାରୁ ବହୁତ ଦୂରରେ ସେ ସଂପର୍କରେ ଅନୁଶୀଳନ କରିବାକୁ ସମୟ କାହାର ନାହିଁ। ଫଳରେ ଯୋଜନା ଗୁଡିକ ବାଟବଣା ହେବା ସ୍ୱଭାବିକ। ଗ୍ରାମାଞ୍ଚଳ ଗୃହ ନିର୍ମଣ କ୍ଷତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା। ଏହି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ଘୁଟୁରୁ ଗ୍ରାମରେ ଜଣେ ଅସହାୟ ଆଦିବାସୀ ସଂପ୍ରଦାୟର ବୃଦ୍ଧ ଦମ୍ପତି ବର୍ଷ ବର୍ଷ ହେବ ଚିଣ୍ଡାଫଟା ଜରି ତଳେ ଜୀବନ ବିତାଉଥିବା ଭଳି ଘଟମା ଏବେ ସାମନାକୁ ଆସିଛି। ଏହି ଘଟଣାରୁ ସରକାରୀ ଯୋଜନା ଗରୀବଙ୍କ କାର୍ଯ୍ୟରେ କେତେ ଲାଗୁଛି ଏବଂ ଏହି ସରକାରୀ ଯୋଜନା ଗୁଡିକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱରେ ଥିବା ମୋଟା ଅଙ୍କର ଦରମାପ୍ରାପ୍ତ ସେହି ସରକାରୀ ବାବୁ ମାନଙ୍କର ଆନ୍ତରିକତା ଓ ଦକ୍ଷତା ବେଶ ବାରି ହୋଇପଡୁଛି। ଏହି କେବଳ ଗୋଟିଏ ଘଟଣା ନୁହେଁ ଏଭଳି ଏକାଧିକ ଘଟଣାର ମୁକ ସାକ୍ଷୀ ପାଲଟିଛି ରାଜ୍ୟର ଧନୀ ଜିଲ୍ଲା କେନ୍ଦୁଝର।

ବୟସର ଅପରାହ୍ନରେ ପୁଅ ଝିଅ କରିଦେଲେ ପର। ଚିରା ଫଟା ଜରି ତଳେ ବର୍ଷ ବର୍ଷ ଧରି ବିତୁଛି ଜୀବନ। ଏପରି କେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦଝର ଜିଲ୍ଲାର ଜିଲ୍ଲାପାଳ ଙ୍କ କର୍ଯ୍ୟାଳୟ ଠାରୁ ମାତ୍ର ୫ କିମି ଦୂର ଘୁଟୁରୁ ଗାଁ ରେ। ଏହି ଗ୍ରାମର ମନୁ ଜେନା ଓ ତାଙ୍କ ସ୍ତ୍ରୀ ବର୍ତମାନ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ଠିକ ସେହି ସମୟରେ ତାଙ୍କର ପୁଅ ବୋହୂ ଓ ଝିଅ ମାନେ ସେମାନଙ୍କୁ ପର କରିଦେଲେ। ଏହି ବୃଦ୍ଧ ଦମ୍ପତି ପାଇିଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଏହି ବୃଦ୍ଧ ଦମ୍ପତି ରହୁଥିବା ଭଙ୍ଗା କୁଡିଆ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଦମ୍ପତି ଏବେ ଶେଷରେ ଅନ୍ୟ ଉପାୟ ନପାଇ ଚିଣ୍ଡାଫଟା ଜରି ଖଣ୍ଡେ ସଂଗ୍ରହକରି ତାକୁ ଛପର ଭାବେ ବ୍ୟବହାର କରି ରହୁଛନ୍ତି। ବର୍ଷା ହେଲେ ସବୁ ଆଡୁ ଟପ ଟପ ହୋଇ ପାଣି ଗଳେ ଫଳରେ ରୋଷେଇ କରିବା, ଖାଇବା ଶୋଇବା ଓ ରହିବା କଷ୍ଟକର ହୋଇପଡେ। ସେହିପରି ଖରା ଦିନେ ମଧ୍ୟ ପ୍ରଚଣ୍ଡ ଖରାରୁ ଏହି ଛିଣ୍ଡା ଜରି ରକ୍ଷା କରି ପାରେ ନାହିଁ। ଫଳରେ ଏହି ବୃଦ୍ଧ ଦମ୍ପତି ଗାଁ ରେ ଥିବା ଗଛ ତଳେ କିମ୍ବା ଅନ୍ୟ ବାରଣ୍ଡାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥାଆନ୍ତି। ବାର୍ଦ୍ଧକ୍ୟ ଭତା ଓ ସରକାରୀ ଚାଉଳ ଗଣ୍ଡାକ ପାଉଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇ ଅନେକ ଥର ସରକାରୀ ବାବୁ ମାନଙ୍କ ନିକଟରେ ଗୁହାରୀ କରି କରି କେହି ଶୁଣୁ ନାହାନ୍ତି। ଫଳରେ ଭାଗ୍ୟକୁ ଆଦରି ଚିରା ଫଟା ଜରି ତଳେ ପଡି ରହିଛନ୍ତି ଏହି ବୃଦ୍ଧ ଦମ୍ପତି। ଗରୀବଙ୍କ ପାଇଁ ସରକାର ଙ୍କର ରହିଛି ଇନ୍ଦିରା ଆବାସ ବିଜୁ ପକ୍କା ଘର ପରି ବହୁ ଯୋଜନା। କିନ୍ତୁ ଏସବୁ ଆଜି କିନ୍ତୁ ମନୁ ଜେନା ଙ୍କ ପାଇଁ ସାତ ସପନ। ଘରଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ପଂଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ଅଫିସ କୁ ଦଉଡୁଥିଲେ ବି ଅଦ୍ୟବଧି ଫଳଘର ଶୂନ ରହିଛି।

ଏଠାରେ ସୂଚନା ଯୋଗ୍ୟ ଯେ ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲା ରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି। ଜିଲ୍ଲା ପ୍ରଶାସନ ପାଖରେ ରେ ରହିଛି ଖଣି ରୁ ଆଦାୟ ହୋଇଥିବା କୋଟି କୋଟି ଟଙ୍କାର ଡି.ଏମ୍‌.ଏଫ.। ଏହି ଫଣ୍ଡର ପଇସା ଜିଲ୍ଲାର ସୌନ୍ଦର୍ଯ୍ୟ କରଣ ଓ ସରକାରୀ ବାବୁ ଙ୍କ ଅଫିସ ସୋନ୍ଦର୍ଯ୍ୟ କରଣ ପାଇଁ ଓ ବାହାର ଜିଲ୍ଲା ର ସୌନ୍ଦର୍ଯ୍ୟ କରଣ ଏପରିକି ସରକାରଙ୍କ ନିଜ ଯୋଜନାରେ ଲାଗୁଥିଲେ ମଧ୍ୟ ମନୁ ଜେନା ଙ୍କ କଥା ପ୍ରଶାସନ କର୍ତ୍ତୃପକ୍ଷ ଭୂଲିଯିବା ନିଶ୍ଚିନ୍ତ ରୂପେ ଏକ ଦୁର୍ଭାଗ୍ୟ ଜନକ ଘଟଣା। ହେଲେ ସଦରବିଡିଓ ଭଗବତ ନାଏକ ଙ୍କର କହିବା କଥା ମନୁ ଜେନା ଙ୍କର ପୁଅମାନେ ଘର ପାଇଛନ୍ତି। ମନୁ ଜେନା ଙ୍କୁ କିପରି ଘର ଖଣ୍ଡେ ଦିଆଯାଇ ପାରିବ ସେ ନେଇ ସେ ଚେଷ୍ଟା କରିବେ। ଏତେ ଦିନ ପରେ ବିଡିଓ ମହାଶୟ ଏ ଦିଗରେ ସଚେତନ ହେବା ନିଶ୍ଚିତ ଭାବେ ଏକ ଶୁଭ ଘଟଣା ହୋଇଥିଲେ ମଧ୍ୟ ମନୁ ଜେନା ଙ୍କ ଅପେକ୍ଷା ସେମାନଙ୍କ ଯବାନ ପୁଅ ମାନଙ୍କୁ ଅଧକ ଗରୁତ୍ୱ ଦେଇ ଘର ଯୋଗାଇ ଦେବା ଏବଂ ମନୁ ଜେନାଙ୍କୁ ଉପେକ୍ଷା କରାଯିବା ନଶ୍ଚିତ ଭାବେ ସରକାରୀ ବାବୁ ମାନଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.