Home ଜିଲ୍ଲା ପରିକ୍ରମା ଦେବାଶିଷ ମେମୋରିଆଲ କ୍ରିକେଟ୍ ଉଦ୍ ଘାଟିତ

ଦେବାଶିଷ ମେମୋରିଆଲ କ୍ରିକେଟ୍ ଉଦ୍ ଘାଟିତ

166

ଯାଜପୁର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଥରପଦା ନେତାଜୀ ୟୁଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦେବାଶିଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ ଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଂଟକୁ ଅତିଥିଭାବେ ସରପଂଚ ପ୍ରକାଶ ଚନ୍ଦ୍ର ମଲ୍ଲିକ,ସମାଜସେବୀ ସନ୍ତୋଷ କୁମାର ବେହେରା, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ଶିକ୍ଷାବିତ୍ ମଦନ ମୋହନ ବେହେରା ପ୍ରୁମଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ପ୍ରଥମ ମ୍ୟାଚ ତୁଳସୀପୁର ବନାମ ଶାଳକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତୁଳସୀପୁର ଟସ ଜିଣି ବ୍ୟାଟିଙ୍ଗ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୬୯ରନ କରିଥିବା ବେଳେ ଜବାବରେ ଶାଳକଣା ସମସ୍ତ ୱିକେଟ ହରାଇ ୬୨ ରନ କରି ପରାଜୟ ବରଣ କରିଥିଲା । ଦ୍ୱିତୀୟ ମ୍ୟାଚ କାଙ୍କଲା ବନାମ ଓଷଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କାଙ୍କଲା ପ୍ରଥମେ ଟସ ଜିଣି ବ୍ୟାଂଟି କରିବାର ନିଷ୍ପତି ନେଇ ସମସ୍ତ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଥିଲା । ଜବାବରେ ଓଷଳା ମାତ୍ର ୨ୱିକଟେ ହରାଇ ୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚକୁ ଦିପକ ବେହେରା ଓ ରାଜେଶ ବେହେରା ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.