Home ଓଡ଼ିଶା କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ହେଲେ ଅଂଶୁମାନ ସବୁଜ ମହାନ୍ତ ବର୍ମା

କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ହେଲେ ଅଂଶୁମାନ ସବୁଜ ମହାନ୍ତ ବର୍ମା

330

ପାଟଣା ୨୦-୧୨ (ଓଡ଼ିଆ ପୁଅ) – କେନ୍ଦୁଝର ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଭାରେ ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ମହାନ୍ତ ପୂର୍ବରୁ ଭାରତୀୟ ଜନତା ରାଜ୍ୟ ଯୁବ ମୋର୍ଚ୍ଚାର ଉପସଭାପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ। ଡିସେମ୍ବର ୧୫ରୁ ୧୬ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ରଞ୍ଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଏହି ଘୋଷଣା କରିଛନ୍ତି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲା ପାଇଁ ଭାଜପାର ଜିଲ୍ଲା ସଭାପତି ଭାବରେ ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀମହାନ୍ତ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡାର ଜଣେ ସୁସଙ୍ଗଠକ ଏବଂ ବର୍ତ୍ତମାନ ୩୦ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି ଏହା ପୂର୍ବରୁ ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଜିଲାପରିଷଦ ସଦସ୍ୟ ଥିଲେ। ଏହା ପୂର୍ବରୁ ସାହାରପଡା ବ୍ଲକର ମଣ୍ଡଳ ସଭାପତି ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ। ସେ ସାହାରପଡା ବ୍ଲକ ରେ ଦୁଇ ଦୁଇ ଥର ବ୍ଲକ ଅଧକ୍ଷ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.