Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ୬ କରୋନା ଯୋଦ୍ଧାଙ୍କ ସହ ୧୦୩ ପଜିଟିଭ:୬୪ସ୍ଥାନୀୟ ସଂକ୍ରମିତ ଓ...

କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ୬ କରୋନା ଯୋଦ୍ଧାଙ୍କ ସହ ୧୦୩ ପଜିଟିଭ:୬୪ସ୍ଥାନୀୟ ସଂକ୍ରମିତ ଓ ୩୩ କ୍ୟୁରେଟାଂଇନ କେନ୍ଦ୍ରରୁ

129

କେନ୍ଦୁଝର, ୨୬ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ରବିବାର ଦିନ ପ୍ରଥମଥର ପାଇଁ ସର୍ବାଧିକ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ସେମାନଙ୍କ ମଧ୍ୟରେ ୬ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି। ଫଳରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂଖ୍ୟା ୧୬ କୁ ବୃଦ୍ଧି ପାଇଛି। କିନ୍ତୁ କେନ୍ଦୁଝର ଜିଲ୍ଲାରେ ଯେଭଳି ଆଶ୍ଚର୍ଯ୍ୟଜନକ ଭାବେ କରୋନା ଯୋଦ୍ଧାଙ୍କ ଆକ୍ରାନ୍ତ ସଂଖ୍ୟା ବଢୁଛି ତାହା ବାସ୍ତବିକ ଚିନ୍ତାର ବିଷୟ ହୋଇଛି। ଯାହା ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯିବାକୁ ଲୋକମାନଙ୍କ ମଧ୍ୟରେ ସ୍ୱଭାବିକ ଭାବେ ଭୟ ସୃଷ୍ଟି ହେଉଛି। ଜିଲ୍ଲାରେ ରବିବାର ଦିନ କ୍ୟୁରେଟାଂଇନ କେନ୍ଦ୍ରରୁ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୬୪ ରେ ପହଞ୍ଚିଥିବା କଥା ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଆଦିବାସୀ ବହୁଳ ବାଂଶପାଳ ବ୍ଳକର ସିଙ୍ଗପୁର ଅଞ୍ଚଳକୁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଆସି ଫେରିଯାଇଥିବା ଜଣାପଡିବା ପରେ ସେଠାରେ କଟାଂକ୍ଟ ଟ୍ରେସିଙ୍ଗ ପରେ ୨୦ ଜଣ ଚିହ୍ନଟ ହୋଇଥିଲେ ବୋଲି ସୂଚନା ଦିଆଯାଇଛି। ଅନ୍ୟ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘଷିପୁରା ବ୍ଳକର ସାଇଁକୂଳ ୨ ଜଣ, ହାଟଡିହି ବ୍ଳକ ଡଅଂର ପଞ୍ଚାୟତରୁ ୧ ଜଣ, ଝୁମ୍ପୁରା ବ୍ଳକ ଅନ୍ତର୍ଗତ ଟକୁଡିହା ପଞ୍ଚାୟତ ରୁ ୩ ଜଣ ଏବଂ ସଦର ବ୍ଳକ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତ ରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି। ବୋଦାପଳସା ପଞ୍ଚାୟତରୁ ଚିହ୍ନଟମାନେ କବିତ୍ରା ଗ୍ରାମରେ ନିର୍ମାଣଧୀନ ମେଡିକାଲ କଲେଜରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସଂପୃକ୍ତ ନିର୍ମାଣଧୀନ ମେଡିକାଲ କଲେଜରେ ପୂର୍ବରୁ ୪ ଜଣ ମଧ୍ୟ ଚିହ୍ନଟ ହୋଇଥିଲେ। ଏବଂ କେନ୍ଦୁଝର ମ୍ୟୁନିସପାଲଟି ଓ୍ୟାର୍ଡ ନଂ ୧, ୫, ୮ ଓ ୧୫ ନଂ ଓ୍ୟାର୍ଡରୁ ଯଥାକ୍ରମେ ୧, ୨, ୨, ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆନନ୍ଦପୁର ମ୍ୟୁନିସପାଲଟି ର ୨ ନଂ, ୫ ନଂ ଓ ୧୩ ନଂ ଓ୍ୟାର୍ଡରୁ ଯଥାକ୍ରମେ ୧, ୩, ଓ ୬ ଜଣ ଏବଂ ବଡବିଲ ମ୍ୟୁନିସପାଲଟିର ଓ୍ୟାର୍ଡ ନଂ ୪ ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁରୁପ ଭାବେ ବାଂଶପାଳ ବ୍ଳକ ଅନ୍ତର୍ଗତ ତରମାକାନ୍ତ ପଞ୍ଚାୟତରୁ ୮ ଜଣ, ପାଟଣା ବ୍ଳକ ବାଉଁଶୁଳୀ, ଡୁମୁରିଆ କେନ୍ଦେଇପଶି ପଞ୍ଚାୟତରୁ ଯଥାକ୍ରମେ ୪, ୪ ଓ ୧ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଦର ବ୍ଳକର ଡିମ୍ବ ଓ ପଳାଶପଙ୍ଗା ପଞ୍ଚାୟତରୁ ଯଥାକ୍ରମେ ୨ ଓ ୧ ଜଣ ଲେଖାଁଏ, ସାହାରପଡା ବ୍ଲକ ଅନ୍ତର୍ଗତ ଖଜୁରୁପଡା, ବଡବିଲ, ମଲାରପଦା, ରାମଚନ୍ଦ୍ର, ସିଲିପଦା ଓ ତେଣ୍ଡ୍ରା ପଞ୍ଚାୟତରୁ ଯଥାକ୍ରମେ ୧, ୧, ୨, ୧, ୨, ୧ ଜଣ ଏବଂ ହରିଚନ୍ଦନପରୁ ବ୍ଳକ ର ହରିଚନ୍ଦନପୁର, ପିଟାପିଟି, ସୁନାପେଣ୍ଠ ପଞ୍ଚାୟତରୁ ପ୍ରତ୍ୟେକରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୦କୁ ବୃଦ୍ଧି ପାଇଥିବା ବେଳେ ୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ କେଶ ୨୧୯ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.