Home Coronavirus Outbreak ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭ – ଜୁଲାଇ ମାସର ୨୫ ଦିନରେ ଚିହ୍ନଟ ୪୬୨ଜଣ 

ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭ – ଜୁଲାଇ ମାସର ୨୫ ଦିନରେ ଚିହ୍ନଟ ୪୬୨ଜଣ 

151

ବାଲେଶ୍ୱର, ୨୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଆଶାତୀତ ବୃଦ୍ଧି ପାଇବା ଜିଲ୍ଲା ପାଇଁ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି। ଆଜି ୨୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଦ୍ୟାବଧି ୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୯୮ ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ କିଚିତ୍ସା କରାଯାଉଛି। ଆଜି ନୂଆ ଭାବେ ଚିହ୍ନଟ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୫ ଜଣ ଥିବାବେଳେ ଅନ୍ୟ ୨୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସମସ୍ତ ସ୍ଥାନୀୟ ସଂକ୍ରମିତମାନେ ପୂର୍ବ କରୋନା ପିଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ତେବେ ବାଲେଶ୍ୱର ଜିଲ୍ଲାରେ ଗତ ଦୁଇସପ୍ତାହ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ସରକାରୀ ସୂଚନାନୁସାରେ ଗତ ଏପ୍ରିଲ ମାସରେ ଜିଲ୍ଲାରେ ମାତ୍ର ୨୦ଜଣ କରୋନାରେ ସଂକ୍ରମିତହୋଇଥିବା ବେଳେ ମେ ମାସରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫୫ରେ ପହଞ୍ଚିଥିଲା। ଅର୍ଥାତ କେବଳ ମେ ମାସରେ ଜିଲ୍ଲାର ୧୩୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ସେହିଭଳି ଜୁନ୍ ମାସ ଶେଷ ସୁଦ୍ଧା ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୭୫ରେ ପହଞ୍ଚିବା ସହ ସେହିମାସରେ ୨୨୦ ଜଣ ଚିହ୍ନଟ ହୋଇଥିଲେ। ମାତ୍ର ଚଳିତ ଜୁଲାଇ ମାସର ସଂକ୍ରମଣ ସବୁ ଅଙ୍କକୁ ଭୁଲ ପ୍ରମାଣିତ ସହ ରେକର୍ଡ଼ କରିଛି। ଅଦ୍ୟାବଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୮୩୭ରେ ପହଞ୍ଚିଥିବା ବେଳେ ଜୁଲାଇ ମାସର ମାତ୍ର ୨୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୪୬୨ ଛୁଇଁଥିବା ଜଣାପଡ଼ିଛି। କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ୁଥିବା ସଂକ୍ରମଣରେ ଆସନ୍ତା ଅଗଷ୍ଟ ମାସରେ ପଜିଟିଭଙ୍କ ସଂଖ୍ୟା କେତେ ଅଙ୍କ ଛୁଇଁବ ତାହା ଏଇଥିରୁ ବେଶ ଅନୁମେୟ। ଏଭଳି ସ୍ଥିତିରେ ଜନସାଧାରଣ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ସହ କୋଭିଡ୍ ନିୟମ ପାଳନ ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.