Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ ପୁଣି ୪କରୋନା ଅକ୍ରାନ୍ତ

କେନ୍ଦୁଝର ଜିଲ୍ଲାରେ ପୁଣି ୪କରୋନା ଅକ୍ରାନ୍ତ

482

ହାଟଡ଼ିହି- ୧୭/୫ କେନ୍ଦୁଝରଜିଲ୍ଲାରେ ପୁଣି ୪ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ଏବେ ୮ରେ ପହଂଚିଛି। ସେଥି ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।
ଆଜି ଚିହ୍ନଟ ହୋଇଥିବା ୪ଜଣ ଅକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ବଡ଼ବିଲ ପୌର ପାଳିକା ଅନ୍ତର୍ଗତ ମାଟକାମବେଡା ର ଅନ୍ୟ ଜଣେ ଘଷିପୁରା ବ୍ଲକ ବରାଙ୍ଗର ହୋଇଥିବା ବେଳେ ଆଉ ଦୁଇଜଣ ହାଟଡ଼ିହି ବ୍ଲକର। ଜଣେ ହାଟଡ଼ିହି ବ୍ଲକ ଇଞ୍ଚଳ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଢେଙ୍କା ପଂଚାୟତର ଛୁଆଳିଆ ଗ୍ରାମରେ। ଇଞ୍ଚଳ ଆକ୍ରାନ୍ତ ଜଣଙ୍କ ଗତ ମାର୍ଚ୍ଚ ମାସରେ ପ୍ରଶାନ୍ତି ବୁଲିବାକୁ ଯାଇଥିବା ବେଳେ ଲକଡାଉନ ସେ ଆସି ନପାରି ଗତ ମେ ୧୨ ତାରିଖରେ ବସ ଯୋଗେ ମୋଟ ୫ଜଣ ଵ୍ୟକ୍ତି ଆନନ୍ଦପୁର ଆସିବାପରେ ସେମାନଙ୍କୁ ଏକ ଗାଡିରେ ଅଣାଯାଇ ଇଞ୍ଚଳ ହାଇସ୍କୁଲରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଦୁଇଦିନ ତଳେ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ଆଜି ତାଙ୍କର ପଜେଟିଭି ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ଅଧିକାରୀ ଓ ଡ଼ାକ୍ତରୀଦଳ ପହଞ୍ଚିଛନ୍ତି। ସେହିପରି ଢେଙ୍କା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ କରୋନା ଲକ୍ଷଣ ଦେଖାଯିବାରୁ ଦୁଇଜଣ ସୁରଟ ଫେରନ୍ତାଙ୍କୁ ଶଳଣିଆ କୋଭିଡି ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଅକ୍ରାନ୍ତ ଥିବା ଆଜି ଜଣା ପଡିଥିଲା। ଅକ୍ରାନ୍ତ ମାନଙ୍କୁ କୋଭିଡି-୧୯ ଚିକିତ୍ସାକେନ୍ଦ୍ରକୁ ନିଆଯିବାର ବ୍ୟବସ୍ଥା କରାଯାଉଛି। ସେହିପରି ଘଷିପୁରା ବ୍ଲକ ବରାଙ୍ଗ ଗ୍ରାମର ଜଣେ ପ୍ରବସୀ ଚେନ୍ନାଇ ଫେରନ୍ତାଙ୍କ ଦେହରେ କରୋନା ପଜେଟିଭି ଚିହ୍ନଟ ହୋଇଛି। ସେ ଗତ ୧୦ତାରିଖରେ ଘରକୁ ଫେରିଥିବା ବେଳେ ତାଙ୍କୁ ଜ୍ଵର ହେବାରୁ ସାଇଁକୁଳ ମେଡିକାଲରେ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖାଯାଇଥିଲା। ମାଟକାମବେଡାର ଅକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା। ପୂର୍ବରୁ ପଞ୍ଚୁପଲ୍ଲୀ ଓ ପଞ୍ଚୁଗୋଛିଆରେ ଜଣେ ଲେଖାଏଁ ଅକ୍ରାନ୍ତ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ଚାରିଦିନ ତଳେ ହାଟଡ଼ିହି ବ୍ଲକ ଜଣେ ଢେଙ୍କା ଓ ଅନ୍ୟଜଣେ ଧନୁର୍ଜୟପୁର ପଂଚାୟତର ସଂକ୍ରମିତ ବ୍ୟକ୍ତିଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.