Home ଓଡ଼ିଶା ଘରୋଇ ହିଂସାରୁ ସରପଂଚଙ୍କୁ ହତ୍ୟା

ଘରୋଇ ହିଂସାରୁ ସରପଂଚଙ୍କୁ ହତ୍ୟା

217

ନୟାଗଡ଼, ୧୭ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ଢୋଲମରା ପଂଚାୟତର ସରପଂଚଙ୍କୁ ଘରୋଇ ହିଂସାରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଢୋଲମରା ସରପଂଚ ସୁଶାନ୍ତ କୁମାର ବେହେରା(୩୦) ଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଥିବାବେଳେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ଲେଖାହେବା ବେଳକୁ ଅଧିକ ତଥ୍ୟ ହସ୍ତଗତ ହୋଇପାରିନଥିଲା। ପୋଲିସ ହତ୍ୟାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.