Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ପୁଣି ଜଣେ କରୋନା ଯୋଦ୍ଧାଙ୍କ ସହ ୩୨ ପଜିଟିଭ: ସୁସ୍ଥ ହେଲେ ୧୪୫...

କେନ୍ଦୁଝର ଜିଲ୍ଲାରେ ପୁଣି ଜଣେ କରୋନା ଯୋଦ୍ଧାଙ୍କ ସହ ୩୨ ପଜିଟିଭ: ସୁସ୍ଥ ହେଲେ ୧୪୫ ଜଣ : ଆକ୍ଟିଭ କେଶ ୧୩୩

175

କେନ୍ଦୁଝର, ୧୦ ଜୁଲାଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତକାଲି ପ୍ରଥମ ଥର ପାଇଁ ୨ ଜଣ କରୋନା ଯୋଦ୍ଧାଙ୍କ ସହ ସର୍ବାଧିକ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଶୁକ୍ରବାର ପୁଣି ୧ ଜଣ କରୋନା ଯୋଦ୍ଧାଙ୍କ ସହ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଟାଂ ମଧ୍ୟରେ ଶୁକ୍ରବାର ଦିନ ସକାଳ ୯ ଟା ସୁଦ୍ଧା ଏହି ପଜିଟିଭ କେଶ ଚିହ୍ନଟ ହୋଇଛି। କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ହ୍ରାସ ପାଇବାର ନାମ ଧରୁ ନାହିଁ ତାହା ସମସ୍ତଙ୍କ ପାଇିଂ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ କେନ୍ଦୁଝର ଜିଲ୍ଲାକୁ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଦିନ ଚିହ୍ନଟ ହୋଇଥିବା ୩୨ ଜଣଙ୍କ ମଧ୍ୟରୁ ୧ ଜଣେ କରୋନା ଯୋଦ୍ଧା ରହିଥିବା ବେଳେ ୨୨ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ, ୨ ଜଣ ହୋମ କ୍ୱାରେଣ୍ଟାଇନ୍‌ ଏବଂ ୭ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ, ୭ ଜଣଙ୍କ ମଧ୍ୟରୁ ୬ ଜଣ ବଡବିଲ ପୌରାଞ୍ଚଳର ହୋଇଥିବା ବେଳେ ଏମାନେ ସମସ୍ତେ ପୂର୍ବ ଆକ୍ରାନ୍ତ ମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଏବଂ ଅନ୍ୟ ୧ ଜଣ ସ୍ଥାନୀୟ ସଂକ୍ରମିତ ଜଣଙ୍କ ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅଛନ୍ତି। ଜିଲ୍ଲାର କେନ୍ଦୁଝର ସଦର ବ୍ଳକ ସହ ତେଲକୋଇ ବ୍ଳକ, ସାହାରପଡା ବ୍ଳକ, ହରିଚନ୍ଦନପୁର ବ୍ଳକ, ହାଟଡିହି ବ୍ଳକ, ଘଷିପୁରା ବ୍ଳକ, ଘଟଗାଁ ବ୍ଳକ, ପାଟଣା ବ୍ଲକ, ଚମ୍ପୁଆ ବ୍ଳକ ର ଅସ୍ଥାୟୀ ମେଡିକାଲ କ୍ୱାରେଣ୍ଟାଇନ୍‌ ରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯେଉଁମାନେ ବାହାର ରାଜ୍ୟରୁ ଫେରିଥିଲେ। ଫଳରେ ବର୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ ୨୭୮ ରେ ପହଞ୍ଚିଥିବା ବେଳେ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତମାନ ଜିଲ୍ଲାରେ ଆକ୍ଟିଭ କେଶ ୧୩୩ ରହିଛି। ଅବଶ୍ୟ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ଯେଭଳି ବଢି ଚାଲିଛି ତାହା ନିଶ୍ଚିତ ଭାବେ ଏକ ଶୁଭ ଖବର କୁହାଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.