Home ଓଡ଼ିଶା କେନ୍ଦୁଝର ଜିଲ୍ଲାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ସଂଖ୍ୟା ୨୧ କୁ...

କେନ୍ଦୁଝର ଜିଲ୍ଲାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତ ସଂଖ୍ୟା ୨୧ କୁ ବୃଦ୍ଧି : ସୁସ୍ଥ ୮

214

କେନ୍ଦୁଝର, ୨୮ ମେ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଆଜି ଗୁରୁବାର ଦିନ ପୁଣି ଆଉ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିବା ବେଳେ ଆଜି ସୁସ୍ଥ ହୋଇଥିବା ୧ ଜଣଙ୍କୁ ମିଶାଇ ସର୍ବମୋଟ ଜିଲ୍ଲାରେ ୮ ଜଣ ସୁସ୍ଥ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ଜିଲ୍ଲାରେ ଆକ୍ଟିଭ କେଶ ଏବେ ୧୩ ରହିଛି। ଅନ୍ୟ ପକ୍ଷରେ ଆଜି ତଥା ଗୁରୁବାର ଦିନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଚମ୍ପୁଆ ଅଞ୍ଚଳର। ସେ ଉତର ପ୍ରଦେଶରୁ ଫେରିବା ପରେ ଚମ୍ପୁଆ ବ୍ଳକ ଅନ୍ତର୍ଗତ ଅସ୍ଥାୟୀ ମେଡିକାଲ କେନ୍ଦ୍ର ତଥା କ୍ୟୁରେଣ୍ଟାଇନ ସେଣ୍ଟରରେ ରହୁଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି କରୋନା ଆକ୍ରାନ୍ତ ଚିହ୍ନଟ ପରେ ଚମ୍ପୁଆ, ଏନ . ଏ.ସି ଅନ୍ତର୍ଗତ ୭ ନମ୍ବର ଓ୍ୟାର୍ଡ ର ଆଦର୍ଶ ବିଦ୍ୟାଳୟ, ଚମ୍ପୁଆ, ବାଳିକା ବିଦ୍ୟାଳୟ ହଷ୍ଟେଲ, ଅସ୍ଥାୟୀ ମେଡିକାଲ କେନ୍ଦ୍ର ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହା ଚଳିତ ୨୭ ତାରିଖ ଅପରାହ୍ନ ୭ ଟା ଠାରୁ ଜୁନ ମାସ ୩ ତାରିଖ ସଂଧ୍ୟା ୭ଟି ପର୍ଯ୍ୟନ୍ତ ବଳବତର ରହିବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.