Home ଓଡ଼ିଶା ୩ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ କାମ କରୁନି-ନଳକୂପ ଅଚଳ ଖୋଲା କୂପରୁ ପାଣି ପିଉଛନ୍ତି...

୩ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ କାମ କରୁନି-ନଳକୂପ ଅଚଳ ଖୋଲା କୂପରୁ ପାଣି ପିଉଛନ୍ତି ଲୋକେ

89

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୫-ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଅନେକ ଯାଗାରେ ଲୋକମାନେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାରୁ ବଂଚିତ ହେଉଛନ୍ତି । ସେହିଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଶଙ୍ଖଯୋଡି ଗ୍ରାମରେ । ପ୍ରାୟ ୩୫ଗୋଟି ପରିବାରକୁ ନେଇ ଶଙ୍ଖଯୋଡି ଗ୍ରାମ । ରଣପୁର ରାଜା ଶଙ୍ଖୁଆ ମାନଙ୍କୁ ଏକଜୁଟ୍ କରି ଶଙ୍ଖଯୋଡି ଗ୍ରାମ ବସାଇଥିଲେ । ଏହି ଗ୍ରାମରେ ନଳକୂପ ବର୍ଷ ବର୍ଷ ଧରି ଅଚଳ ହୋଇ ପଡିଛି । ୩ ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ସାଧାରଣ ଲୋକମାନେ ଖୋଲା କୂପରୁ ଜଳ ନେଇ ପାନୀୟ ଜଳ ରୁପେ ବ୍ୟବହାର କରୁଛନ୍ତି । ବେଳେବେଳେ ଅନେକ ସଂକ୍ରାମକ ରୋଗର ଶିକାର ହୋଇଛନ୍ତି । ଶଙ୍ଖଯୋଡି ଗ୍ରାମର ଏ ସମ୍ପର୍କେ ଅଭିଯୋଗ କରିଛନ୍ତି ରୁନା ବେହେରା, ବିଷ୍ଣୁଧର ପ୍ରଧାନ, ଅଂଜନା ବେହେରା ଓ ଜୟନ୍ତି ପ୍ରଧାନ । ଏ ସମ୍ପର୍କେ ରଣପୁର ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସୁବାଷ ମହାନ୍ତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ପ୍ରକଳ୍ପଟି ନିର୍ମାଣ ଦାୟିତ୍ୱ ଆମ୍ଭର ଥିଲା । କିନ୍ତୁ ଏଠାରେ ବିଦ୍ୟୁତ୍ ଚାଳିତ ହେବାର ସମ୍ଭାବନା କମ୍ ଥିବାରୁ ଓରେଡା ମାଧ୍ୟମରେ ମେସିନ୍ ବସାଇ ଜଳ ଯୋଗାଣ ଧାର୍ଯ୍ୟ କରାଯାଇଥିଲା । ଏହା ସମ୍ପର୍କେ କଣ ହୋଇଛି ଜିଲ୍ଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରନ୍ତୁ । ସେ ଏହାର ଉତ୍ତର ଦେବେ । ନୟାଗଡ ଜିଲ୍ଲା କାର୍ଯ୍ୟନାର୍ବହୀ ଯନ୍ତ୍ରୀ ରାଜିବ୍ ପାଣିଗ୍ରାହୀଙ୍କୁ ଏ ସମ୍ପର୍କରେ ଯୋଗା ଯୋଗ କରିବାରେ କୁହନ୍ତି ମେସିନ୍ ବସାଇବା ପାଇଁ ଓରେଡା ନାମରେ ଅର୍ଥ ବିଭାଗ ତରଫରୁ ଦିଆଯାଇଅଛି । ନୟାଗଡ ଜିଲ୍ଲାରେ ଓରେଡାର ଅଫିସ୍ ନଥିବାରୁ ଯୋଗ ସୁତ୍ର ହୋଇ ପାରୁନାହିଁ ।

ଆମ୍ଭେ ୭ଦିନ ମଧ୍ୟରେ ଯୋଗା ଯୋଗ କରି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇବା ପାଇଁ ଚେଷ୍ଟା କରୁଛୁ । ଏ ସମ୍ପର୍କେ ଓରେଡାର ଟେକ୍‌ନିସିଆନଙ୍କ ସହ ଯୋଗ ଯୋଗ କରିବାରେ କୁହନ୍ତି ରଣପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଆମକୁ ଯେଉଁ ଯାଗା କହିଥିଲେ ସେହି ଯାଗାରେ ଆମେ ମେସିନ୍ ବସାଇ ପ୍ରକଳ୍ପ କାର୍ଯ୍ୟକାରୀ ଅରିଅଛୁ । ଶଙ୍ଖଯୋଡି ପ୍ରକଳ୍ପ ଆମ୍ଭ ତାଲିକାରେ ନଥିଲା । ପୁର୍ନବାର ଏ ସମ୍ପର୍କେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାଷ ମହାନ୍ତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସରକାର ଓରେଡାକୁ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ପାଇଁ ଅର୍ଥ ପ୍ରଦାନ କରିଛନ୍ତି । ଓରେଡା କାହାକୁ କାର୍ଯ୍ୟ କରିବାକୁ ଦାୟିତ୍ୱ ଦେଇଛି ସେ ସମ୍ପର୍କେ ଆମ୍ଭପାଖେ କିଛି ଖବର ନାହିଁ । ନୟାଗଡ ଜିଲ୍ଲା କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.