Home Top News କେନ୍ଦୁଝର ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବ : ଜାନୁଆରୀ ୭ ରୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ,...

କେନ୍ଦୁଝର ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବ : ଜାନୁଆରୀ ୭ ରୁ ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଖୋଲିବ : ଜାନୁଆରୀ ୧୮ରୁ ଘଟଗାଁ ତାରିଣୀ ମନ୍ଦିର ଖୋଲିବ

54

କେନ୍ଦୁଝର ୫-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସରକାରଙ୍କଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ନିୟମାବଳୀ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ନିଷ୍ପତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆଧାରରେ ୨୦୨୧ ଜାନୁୟାରୀ ୭ ତାରିଖରୁ ଭକ୍ତଙ୍କ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଇତ୍ୟାଦି ଖୋଲିବ। କିନ୍ତୁ ୨୦୨୧ ଜାନୁୟାରୀ ୧୮ ତାରିଖରୁ ରୁ ଘଟଗାଁ ତାରିଣୀ ମନ୍ଦିର ଖୋଲିବ ବୋଲି ସୂଚନା ଦିଆଯାଇ। ଯେହେତୁ ଘଟଗାଁ ତାରିଣୀ ମା ଙ୍କ ମନ୍ଦିରରେ ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି। ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟଙ୍କ ଅନୁରୋଧ କ୍ରମେ ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କ ମନ୍ଦିର ଚଳିତ ଜାନୁଆରୀ ୧୮ ରୁ ଭକ୍ତଙ୍କ ପାଇଁ ଖୋଲିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ମନ୍ଦିର ଖୋଲିବା ନେଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌-୧୯ ନିୟମାବଳୀ/ ମାର୍ଗଦର୍ଶିକାର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁହଁରେ ମାସ୍କ୍ ପରିଧାନ ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ କ୍ଷେତ୍ରରେ କୌଣସି ଉଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ବିନା ନୋଟିସ୍‌ରେ ସଂପୃକ୍ତ ସ୍ଥଳୀକୁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.