Home ଓଡ଼ିଶା କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

22

କେନ୍ଦୁଝର ୫-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜ୍ଜା କାଟୁଥିବା ଜଣେ କଏଦୀଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବଡବିଲ ଅଂଚଳର ରାମ ଅବତାର। ୨୦୧୨ ମସିହାରେ ରାମ ଅବତାର କୌଣସି କାରଣରୁ ତାର ନିଜ ନାତିକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା। ଏହି ମାମଲାର ଶୁଣାଣୀ କରି ବଡବିଲ କୋର୍ଟ ତାଙ୍କୁ ୨୦୧୪ ମସିହାରେ ଆଜୀବନ ସଜ୍ଜା ଶୁଣାଇଥିଲେ। ସେତେବେଳ ଠାରୁ ସେ ବଡବିଲ ଜେଲରେ ସଜ୍ଜା କଟୁଥିଲେ ମଧ୍ୟ ଗତ୨୦୨୦ରେ ଜିଲ୍ଲା କାରାଗାରକୁ ସ୍ଥାନାନ୍ତରିତ ହୋଇଥିଲେ। ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.